Baitarani flood

ବୈତରଣୀରେ ବଡ ବନ୍ୟା, ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ, ଆଜି ୧୦ ଜିଲ୍ଲାକୁ ରେଡ୍ ୱାର୍ନିଙ୍ଗ


ଭୁବନେଶ୍ବର (ଏଏନଏସ): ସାରା ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ନଦୀରେ ଜଳ ସ୍ଥର ବୃଦ୍ଧି ପାଇବା ସହ ବନ୍ୟା ସ୍ଥିତି ଉପୁଜି ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୈତରଣୀ ନଦୀରେ ବଡ଼ ବନ୍ୟା ଆସିଛି। ଆଖୁଆପଦା ଓ ଆନନ୍ଦପୁରରେ ବୈତରଣୀରେ ବିପଦ ସଂକେତଠାରୁ ଉଚ୍ଚରେ ପାଣି ବହୁଛି। ଆଖୁଆପଦାରେ ଜଳସ୍ତର ୧୯.୬୬ମିଟର ଥିଲା। ଏଠାରେ ବିପଦ ସଂକେତ ୧୭.୮୩ ମିଟର। ସେହିପରି ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮.୩୬ମିଟର ଥିବାବେଳେ ଏବେ ୪୦ ମିଟରରେ ପାଣି ବହୁଛି। ଏବେବି ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ୁଛି।

ସେହିଭଳି ବ୍ରାହ୍ମଣୀ ମଧ୍ୟ ଫୁଲିବା ଆରମ୍ଭ କଲାଣି। ଆଜି ଏବଂ ଆସନ୍ତାକାଲି ମଧ୍ୟ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ବର୍ଷା ଏହିପାରି ଲାଗିରହିଲେ ମହାନଦୀ ଅବବାହିକାରେ ବନ୍ୟା ଆଣିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା, ରିଲିଫ ଯୋଗାଇବା ନେଇ ଏସ୍‌ଆର୍‌ସି ଜିଲ୍ଲାପାଳଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ଗତ କାଲି ବଡମ୍ବା ଭଟାରିକରେ ପ୍ରଥମ ବନ୍ୟ ପାଣି ପସିଯିବାରୁ ଠାକୁରାଣୀଙ୍କୁ ରତ୍ନଗିରି ପାହାଡ଼ ଉପରକୁ ବିସ୍ଥାପିତ କରାଯାଇଛି। ଏହାସହ ୧୦ ଜିଲ୍ଲାକୁ ରେଡ୍ ୱାର୍ନିଙ୍ଗ ଦିଆ ଯାଇଛି। ସେହିପରି ମୟୂରଭଞ୍ଜର ୨୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।