cuttack

ବାଲିଯାତ୍ରା ପାଇଁ ଆଜିଠାରୁ ପ୍ଲଟ ରେଜିଷ୍ଟେସନ ଆରମ୍ଭ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ଚଳିତ ମାସ ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଐତିହାସିକ ବାଲିଯାତ୍ରା। ଏନେଇ ଆଜିଠାରୁ କ୍ଷୁଦ୍ର ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନ, ସାଧାରଣ ବ୍ୟବସାୟୀଙ୍କ ପ୍ଲଟ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଞ୍ଜିକରଣ ପ୍ରକ୍ରିୟା ନଭେମ୍ବର ୪ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ  ୧୧ ତାରିଖରୁ ୧୫ ତାରିଖ ଭିତରେ ପ୍ଲଟ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ସମସ୍ତ ପ୍ଲଟ ଆବଣ୍ଟନ ପ୍ରକ୍ରିୟା ନଭେମ୍ବର ୨୦ ତାରିଖ ସୁଦ୍ଧା ଶେଷ କରାଯିବ। ଏନେଇ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ସୂଚନା ଦେଇଛନ୍ତି। 

ଉଠା ଦୋକାନୀ ବା ବ୍ୟବସାୟୀଙ୍କ ପାଇଁ କଟକ ଜିଲ୍ଲା ପ୍ରଶାସନ ପଞ୍ଜିକରଣ ରାଶି ଏକ ହଜାର ଟଙ୍କା ଧାର୍ଯ୍ୟ କରିଛି । ପଞ୍ଜିକରଣ ରାଶି ସବୁ ପେମେଣ୍ଟ ଅନଲାଇନ ମାଧ୍ୟମରେ କରାଯିବ। ତେବେ ଚଳିତ ବର୍ଷ ନଭେମ୍ବର ୨୭ ରୁ ଡିସେମ୍ବର ୦୪ ପର୍ଯ୍ୟନ୍ତ ଉଭୟ ଉପର ଓ ତଳ ପଡ଼ିଆରେ ଚାଲିବ ଐତିହାସିକ ବାଲିଯାତ୍ରା। 

ଅନ୍ୟମାନଙ୍କୁ ଜଣାନ୍ତୁ।