You are currently viewing ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ଘରୋଇକରଣ ହେବ!

ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ଘରୋଇକରଣ ହେବ!

  • Post category:ଓଡିଶା
  • Reading time:1 mins read

ନୟାଗଡ଼ ଜିଲ୍ଲା ରଣପୁରର ରାଜମାତା ବସନ୍ତ ମଞ୍ଜରୀ ଦେବୀ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଥିବାବେଳେ, ଜାତୀୟ ରାଜପଥ ୧୬କଡ଼ରେ ନିର୍ମାଣ କରିଥିଲେ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ । ଏହି ସ୍ୱାସ୍ଥ୍ୟ ନିବାସଟି ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା କରିବାରେ ରାଜ୍ୟ ଓ ଦେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପରବର୍ତ୍ତି ମୁହୂର୍ତ୍ତରେ ସରକାର ଏହାକୁ ସାଧାରଣ ହସ୍ପିଟାଲରେ ରୂପାନ୍ତର କରିଥିଲେ । ଗତ କିଛି ଦିନ ତଳେ ରାଜ୍ୟର ଅନ୍ୟତମ କୋଭିଡ଼ କେଆର ହସ୍ପିଟାଲ ଭାବରେ ଏହାକୁ ମାନ୍ୟତା ମିଳିଥିଲା । ମାତ୍ର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚିକିତ୍ସାଳୟକୁ ଘରୋଇକରଣ କରିବା ପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ରାଜଧାନୀର ଏକ ଘରୋଇ ଚିକିତ୍ସାଳୟର ପରିଚାଳନା କମିଟିକୁ ଏହି ଚିକିତ୍ସାଳୟର ପରିଚାଳନା ପାଇଁ ରାଜ୍ୟ ସରକାର ଏମଓୟୁ କରିଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ।

ଏଠାରେ ସୂଚନା ଯୋଗ୍ୟଯେ, ଏହି ସମ୍ପତ୍ତିଟି ରଣପୁର ରାଜାଙ୍କର ଓ ପରବର୍ତ୍ତି ସମୟରେ ରାଜମାତା ଏହାକୁ ରାଜ୍ୟସରକାରଙ୍କୁ ହସ୍ତାନ୍ତର କରିଥିଲେ । ଏହି ସ୍ୱାସ୍ଥ୍ୟ ନିବାସ ସହ ରଣପୁର ଅଞ୍ଚଳର ଜନସାଧାରଣଙ୍କର ସ୍ୱାଭୀମାନ ମଧ୍ୟ ଜଡ଼ିତ ଅଛି । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ନାମରେ ଘରୋଇ ସଂସ୍ଥାଗୁଡ଼ିକ ନିରୀହ ଜନସାଧାରଣଙ୍କୁ ଲୁଟୁଥିବାବେଳେ, ରାଜ୍ୟ ଓ ଦେଶରେ ସୁନାମ ରଖିଥିବା ବସନ୍ତ ମଞ୍ଜରୀ ଚିକିତ୍ସାଳୟକୁ ଘରୋଇ ହସ୍ପିଟାଲ ପରିଚାଳନାକୁ ନଦେବା ପାଇଁ ନୟାଗଡ଼ ଅଞ୍ଚଳରେ ଦାବି ହେଉଛି । ଯଦି ଏପରି କରାଯାଏ, ରାଜ୍ୟସରକାର ଏକ ବଡ଼ ଧରଣର ଜନଆନ୍ଦୋଳନକୁ ସାମ୍ନା କରିବେ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।