You are currently viewing ରାଜଧାନୀରେ ୨୩ରୁ ଖୋଲିବ ଧର୍ମାନୁଷ୍ଠାନ, ଗାଇଡଲାଇନ ଜାରି

ରାଜଧାନୀରେ ୨୩ରୁ ଖୋଲିବ ଧର୍ମାନୁଷ୍ଠାନ, ଗାଇଡଲାଇନ ଜାରି

ଭୁବନେଶ୍ୱର-୧୦.୦୮.୨୦୨୧ , ରାଜଧାନୀରେ ଆସନ୍ତା ୨୩ ତାରିଖରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ରହିଥିଲା । ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସମ୍ପୃକ୍ତ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେବ । ଭୁବନେଶ୍ବରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଗାଇଡଲାଇନ ଅନୁସାରେ ଭକ୍ତ କେବଳ ସିଂହ ଦ୍ବାର ଓ ଆଡକାଠ ପାଖରୁ ଦର୍ଶନ କରିବେ । ଗର୍ଭଗୃହ ପର୍ଯ୍ୟନ୍ତ ପ୍ରବେଶ କରିବା ପାଇଁ ସାଧାରଣ ଭକ୍ତଙ୍କୁ ସୁଯୋଗ ମିଳିବ ନାହିଁ। କରୋନା କଟକଣା ମଧ୍ୟରେ ମନ୍ଦିରରେ ପ୍ରବେଶ କରିବେ ଭକ୍ତ । ଧର୍ମାନୁଷ୍ଠାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ରହିଛି । କଟକଣା ଅନୁସାରେ କୌଣସି ଭକ୍ତ ଠାକୁରଙ୍କ ପାଖରେ ଭୋଗ ଲାଗି କରିପାରିବେ ନାହିଁ, କେବଳ ଦର୍ଶନ କରିପାରିବେ ।ମନ୍ଦିର ଭିତରେ କିମ୍ବା ବାହାରେ ଛେପ ପକାଇବା ନିଷେଧ । ମନ୍ଦିର କିମ୍ବା ମସଜିଦ୍‌ରେ ସର୍ବାଧିକ ୨୫ ଜଣଙ୍କୁ ପ୍ରବେଶ ଅନୁମତି ରହିଛି । ଗର୍ଭବତୀ, ବୟସ୍କ, ଛୋଟ ପିଲା, ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ମନ୍ଦିର ପ୍ରବେଶ କରିପାରିବେ ନାହିଁ।
ଅନ୍ୟପକ୍ଷରେ ଧର୍ମାନୁଷ୍ଠାନ ତଥା ମନ୍ଦିରର ସେବାୟତ ଓ ଅନ୍ୟ ସମସ୍ତ କର୍ମଚାରୀ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଦ୍ବିତୀୟ ଡୋଜ ଟିକା ନେବା ଜରୁରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।