You are currently viewing ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

  • Post category:ଓଡିଶା
  • Reading time:1 mins read

ଆନନ୍ଦପୁର(ଏଏନଏସ)୦୬/୦୪, ଆନନ୍ଦପୁର ବ୍ଲକ ପଣସଡିହା ପଞ୍ଚାୟତ ଅନ୍ତର୍ଗତ କୁଠଡିହା ଗାଁରେ ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆନନ୍ଦପୁର ଥାନା କୁଠଡିହା ଗ୍ରାମର ଦୁଇ ଜଣ ବାପ ପୁଅ ସକାଳ ସମୟରେ ଶୌଚ ହେବାକୁ ଘର ଠାରୁ କିଛି ଦୂରରେ ଥିବା ପୋଖରୀକୁ ଯାଇଥିଲେ। ସେହି ସମ ହଠାତ ୨ଟି ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲେ । ଭାଲୁ ଅକ୍ରମଣରେ ଯୁବକ ଗୁରୁତର ହୋଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ପରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।