You are currently viewing ଦୁଇ ଦିନ ଭଦ୍ରକ ଜିଲ୍ଲା ସଟଡାଉନ୍ ଘୋଷଣା

ଦୁଇ ଦିନ ଭଦ୍ରକ ଜିଲ୍ଲା ସଟଡାଉନ୍ ଘୋଷଣା

ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ଏବଂ ଭଦ୍ରକ ସହରରେ ସ୍ଥାନୀୟ ସଂକ୍ରମଣ ଯେପରି ବୃଦ୍ଧି ନ ପାଏ ତାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୧ ଓ ୨ ତାରିଖ ଦୁଇ ଦିନ ଲାଗି ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ଜ୍ଞାନ ଦାସ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଅଗଷ୍ଟ ୧ ଓ ୨ ତାରିଖରେ କେବଳ ଅତ୍ୟାବଶ୍ୟକୀୟ ଦୋକାନ ଏହି ସମୟରେ ଭଦ୍ରକ ଜିଲ୍ଲାରେ ଖୋଲା ରହିବ। ଏହି ଯଥେଷ୍ଟ ଆବଶ୍ୟକତା ନ ଥିଲେ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। କେବଳ ଜରୁରୀ କାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।