You are currently viewing ବଦଳିବ ମା’ ଭଗବତୀ ମନ୍ଦିରର ରୂପରେଖ

ବଦଳିବ ମା’ ଭଗବତୀ ମନ୍ଦିରର ରୂପରେଖ

  • Post category:ଓଡିଶା
  • Reading time:1 mins read

ବାଣପୁର(ଏଏନଏସ)୨୧/୧୧, ମା’ ଭଗବତୀଙ୍କ ମନ୍ଦିରର ରୂପରେଖରେ ଉନ୍ନତି ଆସିବ । ଏଥବନେଇ ଗୁରୁ୍‌ନ୍ୱରୋପ କରିଛନ୍ତି ରାଜ୍ୟ ସରକାର । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପାର୍କିଂ ବ୍ୟବସ୍ଥା, ପାଚେରୀ, ଭୋଜନାଳୟର ବଦଳିବ ଚିତ୍ର । ସେହିପରି ଦୋଳବେଦୀ ଛକରୁ ମନ୍ଦିର ଯାଏ ରାସ୍ତାର ପ୍ରଶସ୍ତିକରଣ ହେବ । ଏହାସହ ଜବରଦଖଲ ଉଚ୍ଛେଦ କରାଯିବ । ଏନେଇ ଖୁବଶୀଘ୍ର ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ବାଣପୁର ଗସ୍ତରେ ଯାଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଆଜି ଭୋରରୁ ବାଣପୁର ଭଗବତୀ ମନ୍ଦିରରେ ପହଞ୍ଚି ମନ୍ଦିର ପରିଦର୍ଶନ କରିବା ସହ ମାଆଙ୍କ ଆଶୀର୍ବାଦ ନେଇଥିଲେ ଭି.କେ ପାଣ୍ଡିଆନ ।

ଅନ୍ୟମାନଙ୍କୁ ଜଣାନ୍ତୁ।