ଭୁବନେଶ୍ୱର(ଏଏନଏସ)୧୪/୧୦, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି। ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଯାଞ୍ଚ । ଏହାସହ ରାୟଗଡାର ପୈତୃକ ଘର ଓ ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟରେ ଚଢାଉ କରୁଛନ୍ତି ୫ଟି ଟିମ୍ । ବାରିପଦା ସରକାରୀ କ୍ୱାଟର ଓ ବାଲେଶ୍ୱର କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟରେ ରେଡ୍ ହୋଇଛି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ନିର୍ଦ୍ଦେଶରେ ଚଢାଉ ହୋଇଛି । ଚଢାଉରେ ୩ଜଣ ଡିଏସପି, ୧୨ଜଣ ଇନସ୍ପେକ୍ଟର, ୨ଜଣ ସବ ଇନସ୍ପେକ୍ଟର, ୫ଜଣ ଏଏସଆଇଙ୍କ ସହ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି। ରାଜ୍ୟ ବାହାରେ ମଧ୍ୟରେ ରେଡ୍ ହୋଇଛି । ବିଶାଖାପାଟଣା ଚିନ୍ନାଗାଡିଲି ହିଲ୍ ଭିୟୁରେ ମହେଶଙ୍କର ଫ୍ଲାଟ ରହିଛି ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ