ଭୁବନେଶ୍ୱର(ଏଏନଏସ)୦୧/୦୪, ଆସନ୍ତା ମେ’ ୧୫ ତାରିଖରୁ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ବିକ୍ରିର ଶୁଭାରମ୍ଭ କରିବେ । ସୂଚନା ଅନୁସାରେ, ଗତ ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ କୌଣସି କାରଣରୁ ଏହା ସମ୍ଭବ ହୋଇପାରିନଥିଲା । କିନ୍ତୁ ଆସନ୍ତା ମାସରେ ଭୁବନେଶ୍ୱରରୁ ଦୁବାଇ ବିମାନ ଚଳାଚଳ ଆରମ୍ଭ ହେବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଟି-୨ ଟର୍ମିନାଲର ନବୀକରଣ କାମ ମେ’ ମାସରେ ଶେଷ ହେବ । ଏହାକୁ ଦୃଷ୍ଟିରେ ରଖି ମେ’ ୧୫ରେ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ହେବ । ଏନେଇ ଇଣ୍ଡିଗୋ ଏୟାର୍ ଲାଇନ୍ସ ସହ ରାଜ୍ୟ ସରକାର ଚୁକ୍ତି ସ୍ୱାକ୍ଷର କରିଛନ୍ତି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ