You are currently viewing ଚିଲିକାରେ ପକ୍ଷୀ ଶିକାର,୪ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ  ଗିରଫ

ଚିଲିକାରେ ପକ୍ଷୀ ଶିକାର,୪ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

ଟାଙ୍ଗୀ, ଖୋର୍ଦ୍ଧା (ସନ୍ତୋଷ ଚୌଧୁରୀ): ଚିଲିକାରେ ବିଦେଶୀ ପକ୍ଷୀ ଶିକାର ବେଳେ ଧରା ପଡିଲା ଶିକାରୀ । ପକ୍ଷୀ ଶିକାରୀକୁ ଗିରଫ କରି ଶିକାରୀ ଠାରୁ ୪ ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ଟାଙ୍ଗି ବନ୍ୟପ୍ରାଣୀ ବିଭାଗ । ଗିରଫ ଶିକାରୀ ଜଣକ ଟାଙ୍ଗି ଥାନା ଉଜୁଡା ଗୋପୀନାଥପୁର ଗାଁର ଜଗନ ପ୍ରଧାନ । ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଇଲାକାର ଚିଳିକା କୂଳରୁ ଏହି ପକ୍ଷୀ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।