କଟକ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ଆଠଗଡ ବ୍ଲକ ଗୁରୁଡିଝାଟିଆ ଏସସିଏସ ଲିଃରେ ହୋଇଥିବା ଆର୍ଥିକ ଅନିୟମିତତା ଏବଂ ଜନସାଧାରଣଙ୍କ ଅର୍ଥ ହେରଫେର ମାମଲା ଏବେ କ୍ରାଇମବ୍ରାଞ୍ଚ ତଦନ୍ତାଧୀନ ରହିଛି । ତେବେ ‘ନିଆଁ ନଥାଇ ଧୂଆଁ ବାହାରିବ’ ନ୍ୟାୟରେ ଏହି ମାମଲା ଏବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତ୍ତନ ସଭାପତି ବୀରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମ୍ପୃକ୍ତି ଅଭିଯୋଗ ଅଣାଯାଇ ତାଙ୍କୁ ଟାର୍ଗେଟ କରାଯାଉଥିବାର ସମବାୟବିତମାନେ ଅଭିଯୋଗ କରିଛନ୍ତି । ବିରେନ୍ଦ୍ର, ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ହୋଇଥିବାରୁ କିଛି ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି ମନ୍ତ୍ରୀଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ପାଇଁ ତାଙ୍କୁ ଢାଲ କରିଥିବା ସମବାୟବିତ ଅରୁଣ କୁମାର ପାତ୍ର, ନାରାୟଣ ବିଶ୍ୱାଳ ପ୍ରମୁଖ ଅଭିଯୋଗ କରିଛନ୍ତି । ସମବାୟବିତଙ୍କ କହିବା ଅନୁଯାୟୀ, ବିରେନ୍ଦ୍ର ପ୍ରତାପ ସ୍ୱାଇଁ ୨୦୧୫ ମସିହାରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସମବାୟ ଆଇନ ଅନୁଯାୟୀ ଅନୁଷ୍ଠିତ ବିଧିବଦ୍ଧ ନିର୍ବାଚନ ପ୍ରକ୍ରିୟାରେ ଶ୍ରୀ ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ଭାଇ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସେତେବେଳେ ମନ୍ତ୍ରୀ ନଥିଲେ । ରଣେନ୍ଦ୍ର ୨୦୧୯ରେ ସମବାୟ ମନ୍ତ୍ରୀ ହୋଇଥିଲେ ।
ମାତ୍ର ଏବେ ସମବାୟ ମନ୍ତ୍ରୀଙ୍କୁ ବଦନାମ କରିବା ଲାଗି ତାଙ୍କ ଭାଇଙ୍କୁ ଜାଣିଶୁଣି ଏହି ଆର୍ଥିକ ଅନିୟମିତତା ମାମଲା ଭିତରକୁ ଟଣାଯାଉଥିବାର ସେମାନେ କହିଛନ୍ତି । ଏହାଛଡା ସମବାୟ ବ୍ୟାଙ୍କରେ ଥିବା ବ୍ୟବସ୍ଥା ଅନୁଯାୟୀ ଋଣ ମଞ୍ଜୁରି ଏବଂ ପ୍ରଦାନ ଦାୟିତ୍ୱ ସାଧାରଣତଃ ନିର୍ଦ୍ଧିଷ୍ଟ ଏସସିଏସର ଶାଖା ପରିଚାଳକଙ୍କ ଉପରେ ନ୍ୟସ୍ତ ରହିଥାଏ ତେଣୁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଅଧିନରେ ଯେଉଁସବୁ ଶାଖାରେ ଆର୍ଥିକ ଅନିୟମିତତା ହେଉଛି ସେସବୁ ଶାଖାରେ ଥିବା କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମବାୟ ବିଭାଗ ପକ୍ଷରୁ ସୁପାରିସ କରାଯାଇଛି । ଏହା ଛଡା ବିଭାଗୀୟ ଯୁଗ୍ମ ତଦନ୍ତରେ ହେରଫେର ହୋଇଥିବା ଅର୍ଥ ଭରଣା କରିବା ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନସୁଦ୍ଧା କୌଣସି ତଦନ୍ତ ରିପୋର୍ଟ କିମ୍ବା ଅଭିଯୋଗରେ ବୀରେନ୍ଦ୍ରଙ୍କ ସମ୍ପୃକ୍ତିର ଲେଶମାତ୍ର ଚିହ୍ନବର୍ଣ୍ଣ ନଥିଲେ ହେଁ ତାଙ୍କ ଏହି ମାମଲାରେ ଫସାଇବା ଲାଗି କିଛି ରାଜନୈତିକ କୁଚକ୍ରୀ ଗୋଷ୍ଠୀ ଉଦ୍ୟମ କରୁଥିବାରୁ ସମବାୟବିତମାନେ ନିନ୍ଦା କରିଛନ୍ତି ।
ମାମଲାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସେମାନେ ଦାବି କରିଛନ୍ତି । ଅପରପକ୍ଷରେ ସେମାନେ କହିଛନ୍ତି ଯେ, ବୀରେନ୍ଦ୍ର ପ୍ରତାପ ସ୍ୱାଇଁ ସଭାପତି ଭାବେ ନିର୍ବାଚିତ ହେବା ପରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା । ଋଣଲଗାଣ ଓ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନିମନ୍ତେ ବ୍ୟାଙ୍କକୁ ଲଗାତାର ଚାରି ବର୍ଷ ଧରି ରାଜ୍ୟସ୍ତରରେ ପୁରଷ୍କାର ମିଳିଥିଲା । ରାଜ୍ୟରେ ସର୍ବବୃହତ ଭୌଗଳିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିଷ୍ଠାପର ପଦଧିକାରୀଙ୍କୁ ବଦନାମ କରିବାକୁ ହେଉଥିବା ଷଡଯନ୍ତ୍ରକୁ ସମବାୟବିତମାନେ କଡା ଶବ୍ଦରେ ନିନ୍ଦା କରିଛନ୍ତି । ସମବାୟ ମନ୍ତ୍ରୀଙ୍କ ରାଜନୈତିକ ପ୍ରଭାବରେ ଅସହିଷ୍ଣୁ ହୋଇପଡି ଶାସକ ଦଳର ଏକ ଗୋଷ୍ଠୀ ଏଥିନେଇ ଚକ୍ରବ୍ୟୁହ ରଚନା କରିଥିବା କୁହାଯାଉଛି ।
Sign in
Sign in
Recover your password.
A password will be e-mailed to you.
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ
Prev Post
Next Post