ଘଟଣାକୁ ଅଯଥା ରାଜନୈତିକ ରୂପ ଦେବାକୁ ଚାହୁଁଛି ବିଜେପି: ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି କର୍ମୀଙ୍କ ହତ୍ୟା ଘଟଣାକୁ ନେଇ ରାଜନୀତି ଜୋର୍ ଧରିଛି ।ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ ହେବା ପରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।କହିଲେ ଘଟଣାକୁ ଅଯଥା ରାଜନୈତିକ ରୂପ ଦେବାକୁ ଚାହୁଁଛି ବିଜେପି | ଯେତେବେଳେ ବି ଓଡ଼ିଶାରେ କୌଣସି ଘଟଣା ଘଟୁଛି, ସେତେବେଳେ ଆମର ଲକ୍ଷ ହେବା ଉଚିତ ଯିଏ ପ୍ରକୃତ ଦୋଷୀ ସିଏ ଗିରଫ ହେଉ ଦଣ୍ଡ ପାଉ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ |କିନ୍ତୁ ଆମ ବିରୋଧୀ ଦଳମାନେ ଏକଥା ଚାହୁଁଛନ୍ତି କି ନ ଚାହୁଁଛନ୍ତି ଏଠାରେ ସେଇଟା ଗୋଟେ ବଡ ପ୍ରଶ୍ନ ରହିବ | ବିରୋଧୀ ଦଳ ମାନେ ଓଡ଼ିଶାର ଯେକୌଣସି ଘଟଣାକୁ ରାଜନୈତିକ ରୂପ ଦେଉଛନ୍ତି |ବିଜେପି ଯେହେତୁ ଆମର ବିରୋଧୀ ରାଜନୈତିକ ଦଳ, ସେ ଦୃଷ୍ଟି କୋଣରୁ ସେମାନେ ଆମ ବିରୁଦ୍ଧରେ ଏପରି ଭାବରେ ରାଜନୈତିକ କାର୍ଯ୍ୟକଳାପ କରିବାକୁ ଚାହୁଁଛନ୍ତି |ଯେଉଁମାନେ ଦୋଷୀ ସେମାନେ କେମିତି ଗିରଫ ହେବେ ଏବଂ ପରିବାର ଲୋକ କେମିତି ନ୍ୟାୟ ପାଇବେ ଆମେ ଯଥା ସମ୍ଭବ ଚେଷ୍ଟା କରିବୁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା |

Leave A Reply

Your email address will not be published.