ବରଗଡରେ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ, ବରଗଡ଼ ଜିଲ୍ଲାରେ ରକ୍ତଭାଵ ଦୂର କରିବା ପାଇଁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବରପାଳି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ଦିବଂଗତ ସୁବଳ ସାହୁଙ୍କ ସ୍ମୃତିରେ ବିଜେପୁର ବିଧାୟିକା ରିତା ସାହୁ ଏହି ରକ୍ତଦାନ ଶିବିର କୁ ଫିତା କାଟି ଉଦଘାଟନ କରିଥିଲେ ।


ଏହି ରକ୍ତଦାନ ଶିବିରରେ ମୋଟ ୭୭ ୟୁନିଟ ରକ୍ତ ସଂଗୃହୀତ କରାଯାଇଛି । ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ପ୍ରୟାସରେ ଅଂଚଳର ଅନେକ ମହିଳା ଓ ଯୁବକ ମାନେ ସ୍ବେଚ୍ଛାକୃତ ଭାବେ ଆସି ରକ୍ତଦାନ କରି ନିଜେ ଖୁସି ଅନୁଭବ କରିବା ସହ ରକ୍ତଦାନ କରିବା ପାଇଁ ଅନ୍ୟ ମାନଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ଟିକାଆତ ମହତ୍ତମ,ଗୌରହରି ମିଶ୍ର,ମଧୁ ପଧାନ,ତରାଣୀ ଦେବତା,ଝରଣା ମେହେର,ନିବେଦିତା ସ୍ୱାଇଁ ,ଜଟା ଶଙ୍କର ଗୁପ୍ତା,ଅକ୍ଷୟ ଗଡ଼ତିଆ,ସୌରଭ ସାହୁଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.