ଶ୍ରୀମନ୍ଦିର ଲାଗି ପ୍ରସ୍ତୁତ ହେଲା ୨୦୨ କୋଟି ବଜେଟ୍

ପୁରୀ, ଶ୍ରୀମନ୍ଦିର ଲାଗି ୨୦୨ କୋଟି ବଜେଟ୍। ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ଅର୍ଥ ସବ୍ କମିଟି। ବଜେଟରେ ରଥଯାତ୍ରା ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଛି। ସେହିପରି ସେବାୟତଙ୍କ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ବ୍ୟୟବରାଦ କରାଯାଇଛି। ସେବାୟତଙ୍କ ସହାୟତା ପାଇଁ ୫ କୋଟି ବ୍ୟୟବରାଦ କରାଯାଇଛି। ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ, ୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହୋଇଛି।

ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ। ଖଣି ଖାଦାନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ। ଭକ୍ତଙ୍କ ଦାନ ଅର୍ଥ ବଢାଇବା ପାଇଁ ବ୍ୟବସ୍ଥା କରାଯିବ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.