ଭୁବନେଶ୍ୱର, ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାରେ ବଜେଟ ଅଧିବେଶନ । ବିଧାନସଭାର ବିଜ୍ଞପ୍ତି ଅନୁଯାୟୀ ଏହି ଅଧିବେଶନ ଏପ୍ରିଲ ୯ ଯାଏଁ ଚାଲିବ । ଫେବୃଆରୀ ୨୨ ତାରିଖରେ ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଅଭିଭାଷଣ ରଖିବେ । ଏହି ଅଧିବେଶନ ୩୧ ଦିନ ଚାଲିବ ବୋଲି ଜଣାପଡିଛି ।