You are currently viewing ରାଜ୍ୟ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦିତ

ରାଜ୍ୟ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦିତ

ଭୁବନେଶ୍ୱର-୧୭.୦୭.୨୦୨୧,ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଵୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।ଓଡ଼ିଶା ଷ୍ଟେଟ ୱାଇଡ୍ ଏରିଆ ନେଟୱାର୍କ (OSWAN) ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ । ଏହା ରାଜ୍ୟରେ ଆଇଟି ଭିତ୍ତିଭୂମି ବଢ଼ାଇବ । ଏଥିପାଇଁ ୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ସହ ଭୁବନେଶ୍ୱର CETକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବ । OUTR ଢାଞ୍ଚାରେ ଏକକ ବିଶ୍ବବିଦ୍ୟାଳୟ ହେବ CET କଲେଜ। କେନ୍ଦୁଝର, ସୁନ୍ଦରଗଡ଼ ଓ କଟକରେ ହେବ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ। ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ। ୨ ଲେନ୍ ରାସ୍ତାରେ ଖର୍ଚ୍ଚ ହେବ ୧୦୨.୬୫ କୋଟି ଟଙ୍କା।

ଅନ୍ୟମାନଙ୍କୁ ଜଣାନ୍ତୁ।