You are currently viewing ବିରଳ ପ୍ରଜାତିର ‘କ୍ୟାଟ୍‌ ଫିସ୍‌’ ଉଦ୍ଧାର

ବିରଳ ପ୍ରଜାତିର ‘କ୍ୟାଟ୍‌ ଫିସ୍‌’ ଉଦ୍ଧାର

ଭଦ୍ରକ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ବିରଳ ପ୍ରଜାତିର ମାଛ ‘କ୍ୟାଟ୍‌ ଫିସ୍‌’ ଦେଖିବାକୁ ମିଳିଛି । ପରିବେଶ ଓ ଜୈବ ବିବିଧତା ପାଇଁ ଏହି ପ୍ରଜାତିର ମାଛ ବିପଦ ବୋଲି ବିଶେଷଜ୍ଞମାନେ ମତ । ନିକଟରେ ବାରଣାସୀସ୍ଥିତ ଗଙ୍ଗାନଦୀରେ ‘କ୍ୟାଟ୍‌ ଫିସ୍‌’ ଦେଖିବାକୁ ମିଳିଥିବା ବେଳେ ଏବେ ଚାନ୍ଦବାଲି ଅଞ୍ଚଳର କ୍ରିଷ୍ଣା ନାମଜ ଜଣେ ମତ୍ସ୍ୟଜୀବୀ ଏହି ମାଛକୁ ଧରି ନିଜ ଘରେ ଏକ କୁଣ୍ଡରେ ରଖିଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଖାଦ୍ୟ ଅନ୍ବେଷଣରେ ଏହି ପ୍ରଜାତିର ମାଛ ଓଡ଼ିଶା ପୂର୍ବ ଉପକୂଳକୁ ଆସିଥିବା ସାମୁଦ୍ରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।