You are currently viewing କରୋନା କଟକଣାରେ ପାଳିତ ହେବ ଜାନୁଆରୀ ୨୬

କରୋନା କଟକଣାରେ ପାଳିତ ହେବ ଜାନୁଆରୀ ୨୬

ଭୁବନେଶ୍ୱର, ଚଳିତ ବର୍ଷ କରୋନା କଟକଣା ଭିତରେ ପାଳିତ ହେବ ଜାନୁଆରୀ ୨୬ ବା ସାଧାରଣତନ୍ତ୍ର ଦିବସ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ପୂର୍ବ ବର୍ଷ ଭଳି ଯୋଗଦେବେନି ଏକାଧିକ ଦଳ । କେବଳ ୧୮ଟି ଦଳ ପାରେଡ଼ରେ ସାମିଲ ହେବେ । ଏଥିରେ ସାମିଲ ହେବେନି ଛାତ୍ରଛାତ୍ରୀ ଓ ବେସାମରିକ ବାହିନୀ । ସାଧାରଣ ଜନତା ପାରେଡ଼ ଗ୍ରାଉଣ୍ଡକୁ ନଆସି, ନିଜ ନିଜ ଘରେ ବସି ଟେଲିଭିଜନ ମାଧ୍ୟମରେ ରାଜ୍ୟସ୍ତରୀୟ ପାରେଡ଼ ଦେଖିବେ । ଏସମ୍ବନ୍ଧରେ ଭର୍ଚୁଆଲ ମିଟିଙ୍ଗ ମାଧ୍ୟମରେ ବୈଠକ ବସି ଆଲୋଚନା କରାଯାଇଛି । ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେବେ।

ଅନ୍ୟମାନଙ୍କୁ ଜଣାନ୍ତୁ।