You are currently viewing ଜୁଲାଇ ୯ରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଟ୍ରିକ୍ ଅରିଜିନାଲ ସାର୍ଟିଫିକେଟ୍

ଜୁଲାଇ ୯ରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଟ୍ରିକ୍ ଅରିଜିନାଲ ସାର୍ଟିଫିକେଟ୍

  • Post category:ଓଡିଶା
  • Reading time:1 mins read

ଏଏନଏସ : ଆସନ୍ତା ୯ତାରିଖରେ ମିଳିବ ମାଟ୍ରିକ୍ ଅରିଜିନାଲ ସାର୍ଟିଫିକେଟ୍ । ଗୋଟାଏ ଦିନରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ, ମଧ୍ୟମ, ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଅରିଜିନାଲ ସାର୍ଟିଫିକେଟ୍ ଦେବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ବା ମୁଖ୍ୟମାନେ ଜୁଲାଇ ୯ରେ ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ୍ ବଣ୍ଟନ କରିବେ । ଯଦି କିଛି ସାର୍ଟିଫିକେଟ ବଳି ଯାଏ ତାହେଲେ ତା ପରଦିନ ଅର୍ଥାତ ଜୁଲାଇ ୧୦ରେ ବଣ୍ଟନ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସାର୍ଟିଫିକେଟ୍ ରେ କୌଣସି ତୃଟି ଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସେସବୁ ସାର୍ଟିଫିକେଟ୍ କୁ କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବେ । ଜୁଲାଇ ୧୨ରୁ ଜୁଲାଇ ୨୨ତାରିଖ ମଧ୍ୟରେ ସଂଶୋଧନ କରାଯିବ ।

 

ଅନ୍ୟମାନଙ୍କୁ ଜଣାନ୍ତୁ।