ପିପିଲି (ଏଏନଏସ)୦୫/୧୦, ଏହି ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ପଞ୍ଚାୟତର ନଇଁଭଂସର୍ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା ଦାଦାର ବୋମାମାଡ଼ରେ ଚାଲିଗଲା ପୁତୁରାର ଜୀବନ । ମୃତ ବ୍ୟକ୍ତି ଜଣଙ୍କ ହେଲେ ତପନ ଦାସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ତପନ ଓ ବିଦ୍ୟାଧରଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ତପନଙ୍କ ଭାଇ ହରିରାଜପୁର ଫାଣ୍ଡିରେ ଏତଲା ଦେଇଥିଲେ। ଏହାକୁ ନେଇ ବିଦ୍ୟାଧର ରାଗି ଯାଇଥିଲେ। ସେ ନିଜ ଘର ଛାତ ଉପରୁ ୫ଟି ବୋମା ତପନଙ୍କ ଘର ବାହାରକୁ ପିଙ୍ଗିଥିଲେ। ଘଟଣାପରେ ତାଙ୍କ ଦାଦା ବିଦ୍ୟାଧର ଦାସ ଫେରାର ହୋଇଯାଇ ଥିବା ସୂଚନା ମିଳିଛି। ଏହି ସମୟରେ ତପନଙ୍କ ଝିଅ ବାହାରେ ଖେଳୁଥିଲା। ତପନ ନିଜ ଝିଅକୁ ବଞ୍ଚାଇବାକୁ ଯାଇ ବୋମାମାଡ଼ର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତପନଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ