You are currently viewing ଜାତୀୟ ଦଳକୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜାତୀୟ ଦଳକୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କହିଲେ କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଛି | ନିର୍ବାଚନ ଜିତି କ୍ଷମତା ହାସଲ କରିବା ଜାତୀୟ ଦଳର ଲକ୍ଷ୍ୟ | ନିର୍ବାଚନ ବେଳେ ବିଜେପି ଓ କଂଗ୍ରେସ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବା ନେଇ ଇସ୍ତାହାରରେ ରଖିଥିଲେ, ନିର୍ବାଚନ ପରେ ପ୍ରତିଶ୍ରୁତି ଭୁଲିଗଲେ,ମାତ୍ର ବିଜେଡି ଏହି ଲଢ଼େଇ ଜାରି ରଖିବ, ଆମର ସଙ୍କଳ୍ପ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା | ‘ଭଲ ପଦବୀ ପାଇବା ପାଇଁ ଜାତୀୟ ଦଳ ନେତାଙ୍କୁ ଖୁସି କରିବାକୁ ପଡ଼େ, ଅନ୍ୟ ରାଜ୍ୟରେ ନିଜର ଆଧିପତ୍ୟ ବଜାୟ ରଖିବାପାଇଁ ସାଲିସ କରେ ଜାତୀୟ ଦଳ, ଜାତୀୟ ଦଳ ନୁହେଁ ଆଞ୍ଚଳିକ ଦଳ ହିଁ ରାଜ୍ୟବାସୀଙ୍କ ପାଇଁ ଲଢ଼େ, ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ଭୁଲି ଯାଏ ଜାତୀୟ ଦଳ| ଭୌଗୋଳିକ ସ୍ଥିତି ନେଇ ଓଡ଼ିଶା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ଭୋଗୁଛି, ଓଡ଼ିଶାର ସ୍ୱାର୍ଥ ପାଇଁ ଏକମାତ୍ର ଆଞ୍ଚଳିକ ଦଳ ଭାବେ ବିଜେଡି ହିଁ ଲଢ଼େ, ରାଜ୍ୟର କଂଗ୍ରେସ ଦିଲ୍ଲୀର ରିମୋଟ କଣ୍ଟ୍ରୋଲ ଦ୍ୱାରା ଚାଲେ, ବିଜେପି ମଧ୍ୟ ଦିଲ୍ଲୀ ନିର୍ଦ୍ଦେଶରେ କାମ କରୁଛି, ଆମର ଦିଲ୍ଲୀରେ କେହି ବସ୍ ନାହାନ୍ତି, ଆମ ବସ୍ ଓଡ଼ିଶାବାସୀ |
ସେ ଆହୁରି ମଧ୍ୟ କହିଛନ୍ତି ଆମ ପାଇଁ ମହାନଦୀ ଅନ୍ୟ ନଦୀର ଠାରୁ ପବିତ୍ର, କୋଶଳି ଓ ହୋ ଭାଷା ହେଉଛି ସ୍ୱତନ୍ତ୍ର ଭାଷା, ଆମ ପାଇଁ ଆମ ଆଦିବାସୀମାନଙ୍କ ବିବିଧତା ଆମର ଶକ୍ତି, ଆମ ପାଇଁ ସମ୍ବଲପୁରୀ ଶାଢ଼ୀ ହେଉଛି ଆମ ପରିଚୟ | ମାତ୍ର ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ । ବିଜେଡି ଓଡ଼ିଶାର ସ୍ୱତନ୍ତ୍ର ପରିଚୟର ପାଇଁ ପ୍ରଚାର ଓ ପ୍ରସାର କରୁଛି |

ଅନ୍ୟମାନଙ୍କୁ ଜଣାନ୍ତୁ।