ଭୁବନେଶ୍ୱର, କରୋନା କାଳରେ ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରିଛନ୍ତି । କରୋନା ଯୋଗୁଁ ବହୁ ଲୋକଙ୍କ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଲୋକମାନଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ଫି’ କୁ ଛାଡ କରାଯାଇଛି । ଫି’ଛାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଫି ଛାଡ କରିବା ପାଇଁ ୨୭ କୋଟି ଟଙ୍କା ବ୍ୟୟ ଭାର ବହନ କରିବେ ରାଜ୍ୟ ସରକାର । ପ୍ରତି ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୪୨୦ ଟଙ୍କା ଦେୟ ଦେବାକୁ ପଡିଥାଏ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଅଭିଭାବକଙ୍କ ଦ୍ୱାରା ସ୍ୱାଗତଯୋଗ୍ୟ କରାଯାଇଛି । ଫି ଛାଡ କରିବାରୁ ବହୁତ ପରିବାର ଉପକୃତ ହେବେ ବୋଲି ବିଶ୍ୱାସ କରାଯାଉଛି । କୋଭିଡ୍ କଟକଣା ଯୋଗୁଁ ୨୦୨୦-୨୧ ଶିକ୍ଷାବର୍ଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ଦୀର୍ଘ ୯ ମାସ ଧରି ସ୍କୁଲ ବନ୍ଦ ରହିବା ପରେ ଜାନୁଆରି ୮ରୁ କୋଭିଡ ନିୟମ ପାଳନ କରି କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀକୁ ଖୋଲାଯାଇଛି। ସୂଚନା ଅନୁସାରେ, ତେଣୁ ପରୀକ୍ଷା ଫି’ ଛାଡ଼ କରିବାକୁ ଓଷ୍ଟା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି