You are currently viewing ଚିକିତ୍ସାଧୀନ ହାତୀର ମୃତ୍ୟୁ

ଚିକିତ୍ସାଧୀନ ହାତୀର ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର(ଏଏନଏସ)୦୫/୧୨, ଜିଲ୍ଲା ଚମ୍ପୁଆ ରେଂଜ ଅନ୍ତର୍ଗତ ଚମକପୁର ଜଙ୍ଗଲରେ ଚିକିତ୍ସାଧୀନ ହାତୀର ମୃତ୍ୟୁ ହେଇଯାଇଥିବା ଜଣାଯାଇଛି । ସୂଚନା ଅନୁସାରେ ଗତ ଅକ୍ଟୋବର ୨୬ ତାରିଖରେ ଏକ ଆହତ ହାତୀକୁ ଚମ୍ପୁଆ ବନ ବିଭାଗ ଚମକପୁର ଜଙ୍ଗଲରେ ଠାବ କରିଥିଲା । ହାତୀଟିର ଗୋଡରେ କ୍ଷତ ହୋଇଥିବା ଯୋଗୁଁ ହାତୀଟି ଠିକ୍ ଭାବରେ ଚଲାବୁଲା କରିପାରୁନଥିଲା । ଏନେଇ କେନ୍ଦୁଝର ଡି.ଏଫ.ଓ ଏଚ୍.ଡି ହନୁମାନ୍ତଙ୍କ ନିର୍ଦେଶ କ୍ରମେ ଚମ୍ପୁଆ ଭାରପ୍ରାପ୍ତ ରେଂଜର୍ ସଞ୍ଜୀବ୍ କୁମାର ରାଉତ୍ ହାତୀଟି ଉପରେ ନଜର ରଖିବା ସହିତ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା । ପ୍ରାୟ ଏକ ମାସ ୫ ଦିନ ପରେ ହାତୀଟି ମୃତ୍ୟୁବରଣ କରିଥିବା ଜଣା ପଡିଛି । ହାତୀ ମୃତ୍ୟୁ ଖବର ଜଣାପଡିବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ମୃତ ହାତୀଟିର ପଂଚନାମା କରି ଉକ୍ତ ଜଙ୍ଗଲରେ ପତିଥିବା ଜଣାଯାଇଛି । ହାତୀଟିର ମୃତ୍ୟୁ ଖବର ପାଇ କେନ୍ଦୁଝର ଡି.ଏଫ.ଓ ସମେତ ରାଉରକେଲା ଆର.ସି.ସିଏଫ. ଅରୁଣ କୁମାର ମିଶ୍ର ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।