You are currently viewing ୫ ଦିନ ଭୁବନେଶ୍ୱର ସବ-କଲେକ୍ଟର, ତହସିଲ ଅଫିସ ବନ୍ଦ

୫ ଦିନ ଭୁବନେଶ୍ୱର ସବ-କଲେକ୍ଟର, ତହସିଲ ଅଫିସ ବନ୍ଦ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୧୭.୦୯.୨୦୨୧, କରୋନା ସଂକ୍ରମଣ ବଢିବା ପରେ ସିଲ ହେଲା ଭୁବନେଶ୍ୱର ସବ୍‌-କଲେକ୍ଟର ଅଫିସ୍‌ ଓ ତହସିଲ ଅଫିସ୍‌ । ଆଜିଠୁ ୫ ଦିନ ପାଇଁ ଅଫିସ ବନ୍ଦ ହୋଇଛି । ଆଜିଠୁ ୨୧ ତାରିଖ ଯାଏଁ ଉଭୟ ଅଫିସ୍ ବନ୍ଦ ରହିବ। ଅଫିସରୁ ଲଗାତାର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସୂଚନା ଅନୁସାରେ, ବର୍ତ୍ତମାନ ଉପଜିଲ୍ଲାପାଳଙ୍କ ଅଫିସର ୪ ଜଣ, ତହସିଲ ଅଫିସର ୩ ଜଣ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଅଫିସ ବନ୍ଦ ହୋଇଛି । ଏନେଇ ସବ୍‌-କଲେକ୍ଟର ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।