You are currently viewing ଆଜି ବସିବ ବିଧାୟକ ଦଳର ବୈଠକ : ସାମ୍ନାକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ନାମ

ଆଜି ବସିବ ବିଧାୟକ ଦଳର ବୈଠକ : ସାମ୍ନାକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ନାମ

ଏଏନଏସ: ଆଜି ଦିନ ୪-୩୦ରେ ବସିବ ନୂତନ ନିର୍ବାଚିତ ବିଧାୟକ ଦଳର ବୈଠକ।ଏଥିରେ ବିଧାୟକ ଦଳ ନିଜ ପାଇଁ ବାଛିବ ନେତା।ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ପଷ୍ଟ ବହୁମତ ପାଇ ସରକାର କରିବା ପରେ ଆଜି ସାମ୍ନାକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ନାମ । ସରକାର ଗଠନ ପରେ ଦୀର୍ଘ ୧ ସପ୍ତାହ ଧରି ସସ୍ପେନ୍ସ ଜାରି ରହିଥିଲା । ଶେଷରେ ବିଧାୟକ ଦଳର ବୈଠକ ପରେ ମୁଖ୍ୟମନ୍ତ୍ରୀ ନାମକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡିବ ପୁନଃଛେଦ । ବୈଠକରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ୟାଦବ ୨ କେନ୍ଦ୍ରୀୟ ମନ୍ତ୍ରୀ ଉପସ୍ଥିତ ରହିବେ ।

ଅନ୍ୟପଟେ ଆଜିର ଘୋଷଣା ପରେ ଆସନ୍ତାକାଲି ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯକ୍ରମ ରହିଛି। ଜନତା ମଇଦାନରେ ଲକ୍ଷ ଲକ୍ଷ ଜନତାଙ୍କ ସହ ଶପଥ ନେବେ ଓଡ଼ିଶାର ନବ ନିର୍ବାଚିତ ମୂଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଭାରତର ଜସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ।

ଅନ୍ୟମାନଙ୍କୁ ଜଣାନ୍ତୁ।