You are currently viewing ରାଜଧାନୀରେ ଅମାନିଆଙ୍କୁ ସାବାଡ୍ କରୁଛି କମିଶନରେଟ ପୋଲିସ

ରାଜଧାନୀରେ ଅମାନିଆଙ୍କୁ ସାବାଡ୍ କରୁଛି କମିଶନରେଟ ପୋଲିସ

ଭୁବନେଶ୍ୱର, ଏବେ ଉଭୟ ଭୁବନେଶ୍ୱର ଏବଂ କଟକ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ନିୟମ ଉଲଘଂନ କରୁଥିବା ଅମାନିଆଙ୍କୁ ଗୋଡ଼େଇ ଗୋଡ଼େଇ ଜଗୁଛି ପୋଲିସ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୋଭିଡ୍ ନିୟମ କଡାକଡି ପାଳନ ପାଇଁ ତତ୍ପର ହୋଇଛି ପୋଲିସ। ଯେଉଁମାନେ ମାସ୍କ ପିନ୍ଧୁନହନ୍ତି ଏବଂ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କମିଶନରେଟ୍ ପୋଲିସ।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଯେ ୨୭୫୨ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। କୋଭିଡ୍ କଟକଣା ମାନୁ ନ ଥିବା ଅଭିଯୋଗରେ ଭୁବନେଶ୍ବରର ୧୯ଟି ଦେକାନକୁ ସିଲ୍ କରାଯାଇଥିବା ନେଇ ବି ଡିସିପି ସ୍ପଷ୍ଟ କରିଛନ୍ତି। ଯେଉଁ ଦୋକାନରେ ଅଧିକ ଭିଡ଼ ହେବ, ସେଥିପାଇଁ ଦୋକାନୀ ଦାୟୀ ରହିବେ ବୋଲି କହିଛନ୍ତି ପୁଲିସ କମିସନର୍ । 

ଅନ୍ୟମାନଙ୍କୁ ଜଣାନ୍ତୁ।