ଯାଜପୁର (ଏଏନଏସ): ଯାଜପୁର ଜିଲ୍ଲା ବ୍ୟାସନଗର ଗ୍ରୁପ ଫୋର ଅଫିସ ସମ୍ମୁଖରେ 50ରୁ ଅଧିକ ଶ୍ରମିକ ନିଜର ବକେୟା ପାଉଣା ପାଇବା ଦାବିରେ ଶାନ୍ତି ପୂର୍ଣ୍ଣ ଗଣଧାରଣା ଦେଇଛନ୍ତି। ଦୀର୍ଘ ବର୍ଷେ ହେଲା କମ୍ପାନୀ ତାର କର୍ମଚାରୀମାନଙ୍କୁ ଛଟେଇ କରି ବକେୟା ପାଉଣା ନ ଦେଇ ହଇରାଣ କରୁଛି। ଏଥିପାଇଁ ସେ ପ୍ରଶାସନର ଦ୍ଵାରସ୍ତ ହେଲେ ମଧ୍ୟ କେହି ଏ ବିଷୟରେ କର୍ଣ୍ଣପାତ କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରୁଛନ୍ତି ଏବଂ ଆଗାମୀ ଦିନରେ କମ୍ପାନୀ ସେମାନଙ୍କ ବକେୟା ପାଉଣା ପରିଶୋଧ ନ କଲେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏଥି ସହ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ବକେୟା ପାଉଣା ନ ପାଇବାରୁ ଅଫିସ ସମ୍ମୁଖରେ ଗଣଧାରଣା
- Post published:November 7, 2023
- Post category:ଓଡିଶା
- Reading time:1 mins read