You are currently viewing ପୁରୀରେ କଙ୍ଗାରୁ କୋର୍ଟ

ପୁରୀରେ କଙ୍ଗାରୁ କୋର୍ଟ

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ)୦୫/୦୮, ଦୀର୍ଘ ଅଢେଇ ବର୍ଷ ହେବ କଙ୍ଗାରୁ କୋର୍ଟ ଯୋଗୁଁ ଗାଁରେ ଏକ ଘରକିଆ ହୋଇ ରହିଛନ୍ତି ଏକ ପରିବାର। ପୁରୀ ସଦର ଥାନା ଅନ୍ତର୍ଗତ ଧାଉଡ଼ିଆ ଗାଁର ହେଉଛି ଏହି ଘଟଣା।ଏହି ଗାଁର ଗୀତା ସିଂହ ତାଙ୍କ ଘରୁ ଚୋରି ନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ଗାଁର କିଛି ବ୍ୟକ୍ତି ଗିରଫ ହେବା ପରେ ଏହି ଘଟଣାରେ ପ୍ରତିକ୍ରିୟାଶୀଳ ହୋଇ ଗ୍ରାମବାସୀ ତାଙ୍କୁ ଓ ତାଙ୍କ ଭିନ୍ନକ୍ଷମ ଏବଂ ହୃଦରୋଗୀ ସ୍ବାମୀଙ୍କୁ କଙ୍ଗାରୁ କୋର୍ଟ କରି ଏକ ଘରକିଆ କରିଛନ୍ତି। ଘଟଣା କୁ ଗାଁ କମିଟି ରେ ସମାଧାନ ନ କରି ପୋଲିସ ପାଖକୁ ଯିବା ନେଇ ଆକ୍ରୋଶ ରଖି ଗ୍ରାମ ର କିଛି ମୁଷ୍ଟିମେୟ ଅସାମାଜିକ ବ୍ୟକ୍ତି ଏଭଳି ଅମାନବୀୟ ଦଣ୍ଡ ତଥା ବାସନ୍ଦ କରାଯାଇଥିବା ପୀଡ଼ିତା କହିଚନ୍ତି।

ଗାଁର କୌଣସି ବ୍ୟକ୍ତି ଏହି ପରିବାର ସହ କଥା ହେଉନାହାନ୍ତି। କେହି କଥା ହେଲେ ନଣ୍ଡା ହେବା ସହ ୫ ହଜାର ଟଙ୍କା ଜୋରିମାନା ଦେବେ ବୋଲି କୁହାଯାଇଛି। କେବଳ ଏତିକି ନୁହେଁ ଘର ଦୁଆର ମୁହଁରେ ଛେପ, ଖଙ୍କାର ପକାଉଛନ୍ତି। ୨୦୨୦ ମସିହାରୁ ଗୀତା ଓ ତାଙ୍କା ପରିବାର ଏହି କଙ୍ଗାରୁ କୋର୍ଟ ଦ୍ବାରା ଶାରୀରିକ ଓ ମାନସିକ ନିର୍ଯ୍ୟାତନା ପାଉଛନ୍ତି। ଏ ନେଇ ଗୀତା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୋଲିସ ତାଙ୍କ କଥା ଶୁଣିନଥିବା ସେ ଅଭିଯୋଗ ଆଣିଛନ୍ତି।ଶେଷରେ ନ୍ୟାୟ ପାଇଁ ସେ ଏସପିଙ୍କ ଦ୍ବାରସ୍ଥ ହେବା ସହ ୧୦ ଦିନ ଭିତରେ ନ୍ୟାୟ ନମିଳିଲେ ଏସପିଙ୍କ କାର୍ଯ୍ୟାଳର ସମ୍ମୁଖରେ ଆତ୍ମାହୁତି ଦେବାକୁ ନିଷ୍ପତି ନେଇଛନ୍ତି। ଏ ନେଇ ଗ୍ରାମାଞ୍ଚଳ ଅତିରିକ୍ତ ଏସପିଙ୍କ ସହ ଯୋଗାଯୋଗ କରାଯାଇଥିଲା ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।