ରାୟଗଡ଼ା, ୩ ମହଲା ଛାତରୁ ପଡ଼ି ରାୟଗଡ଼ା ଓଏସଏପି ବାଟାଲିୟନ ଯବାନ ଯୋଗେଶ୍ବର ଦାଶ (୨୭)ଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଯୋଗେଶ୍ବର ବାରାକ୍ ଛାତ ଉପରେ ବସି ମୋବାଇଲରେ ଆଇପିଏଲ୍ ମ୍ୟାଚ୍ ଦେଖୁଥିବା ବେଳେ ଏହି ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
