You are currently viewing ଗଞ୍ଜାମରେ ଲକ୍‌ଡାଉନ ସହ ଦୁଇଦିନିଆ ସଟ୍‌ଡାଉନ ବଳବତ୍ତର ରହିବ- ଜିଲ୍ଲାପାଳ

ଗଞ୍ଜାମରେ ଲକ୍‌ଡାଉନ ସହ ଦୁଇଦିନିଆ ସଟ୍‌ଡାଉନ ବଳବତ୍ତର ରହିବ- ଜିଲ୍ଲାପାଳ

କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗଞ୍ଜାମରେ କିଛି ଦିନ ହେବ ପଜିଟିଭ ସଂଖ୍ୟା କମୁଛି ବୋଲି ସେହି ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି । କିନ୍ତୁ ମାତ୍ର ଅନ୍ୟ ଜିଲ୍ଲା ଅପେକ୍ଷା ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗଞ୍ଜାମରେ ରହୁଛି । ଘରକୁ ଘର ବୁଲି ସର୍ଭେ କରିବା ଦ୍ୱାରା ପଜିଟିଭ ସଂଖ୍ୟା କମିଛି । ଗଞ୍ଜାମ ଓ ବ୍ରହ୍ମପୁରକୁ ଅନ୍ୟ ଅଞ୍ଚଳର ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ରହିବ । ଲକଡାଉନ ଯୋଗୁଁ ଗଞ୍ଜାମରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି ।

ତେଣୁ ଅଗଷ୍ଟ ୩୧ ଯାଏଁ ମଧ୍ୟ ଲକଡାଉନ ରହିବ ବୋଲି ସେ କହିଛନ୍ତି । ଏହାସହୟ ନାଇଟ କର୍ଫ୍ୟୁ ଓ ସାପ୍ତାହିକ ଦୁଇଦିନିଆ ଶନିବାର ଓ ରବିବାର ସଟଡାଉନ କଟକଣା ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କେବଳ ସକାଳ ୭ ଟାରୁ ଅପରାହ୍ନ ୪ଟା ଯାଏଁ ଦୋକାନ ଖୋଲାରହିବ । ସାମାଜିକ ଦୂରତା ନରଖିଲେ ଦୋକାନ ସିଲ୍ କରିବା ସହ ଜୋରିମାନା ଆଦାୟ କରାଯିବ । ଏହାସହ ଦୋକାନୀ ମାସ୍କ ପିନ୍ଧିବା, ସର୍କଲ ଓ ବ୍ୟାରିକେଡ଼ କରିବା ବାଧ୍ୟତାମୂଳକ । ଗ୍ରାହକଙ୍କ କଣ୍ଟାକ୍ଟ ଡ଼ିଟେଲସ ଦୋକାନୀ ରଖିବା ନେଇ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।