You are currently viewing ପରୀକ୍ଷା ଦେଇପାରିଲେନି କରୋନା ଆକ୍ରାନ୍ତ
In the Hospital Sick Male Patient Sleeps on the Bed. Heart Rate Monitor Equipment is on His Finger.

ପରୀକ୍ଷା ଦେଇପାରିଲେନି କରୋନା ଆକ୍ରାନ୍ତ

  • Post category:ଓଡିଶା
  • Reading time:1 mins read

ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର ଜଣେ ପରୀକ୍ଷାର୍ଥୀ ଆଜି ଜେଇଇ ମେନ୍ ପରୀକ୍ଷା ଦେଇନପାରି ନିରାଶ ହୋଇ ଘରକୁ ଫେରିଛନ୍ତି । କିଛି ଦିନ ପୂର୍ବରୁ ପରୀକ୍ଷାର୍ଥୀ ଜଣକ କରୋନା ପଜେଟିଭ ଚିହ୍ନଟ ହେବାପରେ ହୋମ ଆଇସୋଲେସନରେ ରହିଥିଲେ । ଆଜି ପରୀକ୍ଷା ଦେବାକୁ ପିପିଇ କିଟ୍ ପିନ୍ଧି ଆମ୍ବୁଲାନ୍ସ ଜରୀଆରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିନଥିଲା । ଅନ୍ୟ ପରୀକ୍ଷାର୍ଥୀ ପ୍ରଭାବିତ ହେବା ଡରରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜାଣିବାକୁ ମିଳିଲା । ତା’ସହିତ କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଜଣଙ୍କ ବ୍ୟସ୍ତ ନହୋଇ ପରବର୍ତ୍ତି ପର୍ଯ୍ୟାୟରେ ପରୀକ୍ଷା ଦେବେ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଆକ୍ରାନ୍ତଙ୍କ ନିମନ୍ତେ ପରୀକ୍ଷା ଦେବାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।