ଭୁବନେଶ୍ୱର, କରୋନା କଷ୍ଟରୁ ସାମାନ୍ୟ ରିହାତି ମିଳିବାକୁ ଯାଉଥିବା ବେଳେ ପୁନର୍ବାର ଶୁଣିବାକୁ ମିଳିଲାଣି ଆଉ ଏକ ଭୟ ଆତଙ୍କର କଥା । ବ୍ରିଟେନରେ ବ୍ୟାପିଥିବା ନୂଆ କରୋନା ଭୂତାଣୁକୁ ନେଇ ବିଶ୍ୱବ୍ୟାପି ଭୟ ସୃଷ୍ଟି ହୋଇଛି । ପୂର୍ବ ଭୂତାଣୁ ତୂଳନାରେ ଏହା ୭୦ ପ୍ରତିଶତ ଅଧିକ ଦୃତ ଗତିରେ ବ୍ୟାପୁଛି ବୋଲି ଜଣାପଡିଛି । ଏହାକୁ ନେଇ ବିଭିନ୍ନ ରାଷ୍ଟ୍ରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଜିସୁଦ୍ଧା ୪୦ରୁ ଅଧିକ ରାଷ୍ଟ୍ର ବ୍ରିଟେନକୁ ବିମାନ ସେବା ବାତିଲ କରିଥିବା ଜଣା ପଡିଛି । ୬ଟି ୟୁରୋପୀୟ ରାଷ୍ଟ୍ରରେ ଏହି ଭୂତାଣୁ ଚିହ୍ନଟ ହୋଇଛି ସେହିପରି ଦକ୍ଷୀଣ ଆଫ୍ରିକା ଏବଂ ଅଷ୍ଟ୍ରେଲି।।ରେ ମଧ୍ୟ ନୂଆ ଭୂତାଣୁ ଦେଖିବାକୁ ମିଳିଛି ।

ଏଥର ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାର ଭୟାବହାତାକୁ ନେଇ କୌଣସି ସ୍ପଷ୍ଟିକରଣ ଦେଇନଥିଲେବି ଜନସାଧାରଣଙ୍କୁ କିନ୍ତୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ନୂଆ ଭୂତାଣୁକୁ ନେଇ ଭାରତରେ ମଧ୍ୟ କଟକଣା ଆରମ୍ଭ ହୋଇଯାଇଛି । ମହାରଷ୍ଟ୍ର ପରେ କର୍ଣ୍ଣାଟକ ପରି ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ହୋଇଯାଇଛି । ନୂଆ କଟକଣା ଆଗାମୀ ନୂଆ ବର୍ଷକୁ ପ୍ରଭାବିତ କରିବାର ସମ୍ଭବନା ସୃଷ୍ଟି ହୋଇଛି । ଆଇସିଏମଆର ର ରିପୋର୍ଟ ଅନୁଯାୟୀ ଏଯାଏ ଭାରତରେ ନୂଆ ଭୂତାଣୁ ଚିହ୍ନଟ ହୋନଥିଲେବି ଦେଶବାସୀଙ୍କୁ କିନ୍ତୁ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ଏହା ମଧ୍ୟରେ ଆମ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ କରୋନା ଭୟଙ୍କର ରୂପ ଧାରଣ କଲାଣି । ଏବେ ଦୈନିକ ଦୁଇ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି ଆଉ ଏମାନଙ୍କୁ ସରକାରଙ୍କ ପକ୍ଷରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା କଷ୍ଟକର ହୋଇପଡିଛି ।

ସବୁ ମଧ୍ୟରେବି ଭାରତରେ କରୋନା ଟିକାକୁ ନେଇ ନୂଆ ଆଶା ଉ ସମ୍ଭାବନା ସୃଷ୍ଟି ହୋଇଛି । ଆଗାମୀ ସପ୍ତାହରେ ଅକ୍ସଫୋର୍ଡ ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିବାର ଜଣାପଡିଛି । ତେବେ ପ୍ରଶ୍ନ ଉଠୁଛି ଏହି ନୂଆ ଭୂତାଣୁ ତାହାହେଲେ କଣ? ଏହାର ଉତ୍ପତି ସ୍ଥଳ କେଉଁଠି? ଏହା କେଉଁ ସ୍ଥିତିରେ ସୃଷ୍ଟି ହେଲା ଏବଂ ଏହାର ନିରାକରଣ ପାଇଁ କଣ କରାଯାଇ ପାରେ? ଦୀର୍ଘ ଗୋଟିଏ ବର୍ଷ ଧରି ସାରା ବିଶ୍ୱ କରୋନା କାୟାରେ ପ୍ରଭାବିତ ହୋଇ ବହୁ କ୍ଷତି ହେବାପରେ ସ୍ଥିତି ସାମାନ୍ୟ ସ୍ୱାଭାବିକ ହୋଇ ଆସୁଥିଲା ଅଥଚ ନୂଆ ଲହର ଆସିବା ପରେ ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସାରା ବିଶ୍କୁ ଏହି ଭୂତାଣୁ ଏବେ ଡରାଇବା ଆରମ୍ଭ କରିଛି । ସମୟ କହିବଆଗକୁ ଏହାର ପ୍ରଭାବ କଣ ରହିବ ତେବେ ଏହାର ପ୍ରତିକାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।