You are currently viewing କରୋନା କବଳରେ ଅନ୍ଧବିଶ୍ୱାସ

କରୋନା କବଳରେ ଅନ୍ଧବିଶ୍ୱାସ

ସୁକିନ୍ଦା, ଏବେ ଚାରିଆଡେ଼ ବ୍ୟାପିବାରେ ଲାଗିଛି କରୋନା । ସରକାର ବାରମ୍ବାର ଗଣମାଧ୍ୟମ ଜରୀଆରେ ଲୋକମାନଙ୍କୁ ସଚେତନ କରାଉଛନ୍ତି । କାରଣ ଏ ପର୍ଯ୍ୟନ୍ତ କରୋନା ଭଲ ହେବା ନିମନ୍ତେ କୌଣସି ଟୀକା ବାହାରିନାହିଁ । ତେଣୁ ବର୍ତ୍ତମାନ ଏହି କରୋନା ଭୂତାଣୁର ପ୍ରତିଷେଧକ ହେଉଛି ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା । ଏତେସବୁ କଟକଣା ପରେବି ସରକାରଙ୍କ କରୋନା ନିୟମକୁ ଫୁ କରିଛନ୍ତି ଢେ଼ଙ୍କାନାଳ ଜିଲ୍ଲା ସୁକିନ୍ଦା ବନ୍ଧଗାଁ ପଞ୍ଚାୟତ କୋଇଲ ଗ୍ରାମର ଗୋଡ଼ିସାହି ଲୋକ ।


କରୋନା କବଳରୁ ବଞ୍ଚିବା ପାଇଁ ଗାଁରେ ଚାଲିଛି ହୋମ ଯଜ୍ଞ । ଆଉ ଗାଁର କିଛି ଯୁବତୀ ନିଆଁ ଝୁଲରେ ଚାଲୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏମାନଙ୍କୁ ପଚାରିବାରୁ କୁହନ୍ତି ଯେ, ଏଭଳି କଲେ ଗାଁରୁ କରୋନା ଚାଲିଯିବ । ତେବେ ଆଜିର ଏ ଆଧୁନିକ ଯୁଗରେବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । ଯେଉଁଠି ବୈଜ୍ଞାନିକମାନେ ବାହାର କରିପାରିନାହାଁନ୍ତି ପ୍ରତିଷେଧକ, ସେଇଠି ଏମାନେ ବିଶ୍ୱାସ ରଖିଛନ୍ତି ଏଭଳି ଅନ୍ଧବିଶ୍ୱାସରେ । ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଏହି ଗାଁରେ ଚାଲିଛି ପୂଜାର୍ଚ୍ଚନା ଓ ଏକାଠି ହୋଇଛନ୍ତି ଅନେକ ଲୋକ । ଏମାନଙ୍କ ଭିତରେ ନା ଦେଖିବାକୁ ମିଳୁଛି ସାମାଜିକ ଦୂରତା, ନା ଏମାନେ ପିନ୍ଧିଛନ୍ତି ମାସ୍କ । ତେବେ ଏଭଳି ସମୟରେ ଗୋଡ଼ିସାହି ବାସୀଙ୍କ ଏହି କର୍ତ୍ତୁତ୍ୱ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।