You are currently viewing ରାଜ୍ୟରୁ ଆଜି ଆଉ ଜଣଙ୍କ ଜୀବନ ନେଲା କରୋନା

ରାଜ୍ୟରୁ ଆଜି ଆଉ ଜଣଙ୍କ ଜୀବନ ନେଲା କରୋନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ଜଣଙ୍କ ଜୀବନ ନେଲା କରୋନା |ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧,୯୦୬କୁ ବୃଦ୍ଧି ପାଇଛି ।ଯାହା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି |ମୃତକ ଜଣଙ୍କ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପୁରୁଷ | ତାଙ୍କୁ ୪୭ ବର୍ଷ ହୋଇଥିଲା ସେ ମଧୁମେହ ଓ ରକ୍ତଚାପ ରୋଗରେ ବି ପୀଡ଼ିତ ଥିଲେ ।

ସେପଟେ ରାଜ୍ୟରୁ ଆଜି ୧୩୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୭୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୫୪ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୪୪୩୦ , ସୁସ୍ଥ ସଂଖ୍ୟା ୩୩୧୧୪୪ , ସମୁଦାୟ ସକ୍ରିୟ ସଂଖ୍ୟା ୧୩୨୭ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୮୨ ।

ଅନ୍ୟମାନଙ୍କୁ ଜଣାନ୍ତୁ।