ଭୁବନେଶ୍ୱର,କରୋନା ସମୟରେ କିଏ ଚାର୍ଟାର ପ୍ଲେନରେ ବୁଲିଲାଣି ତ ଆଉ କିଏ ବିଳାଶପୂର୍ଣ୍ଣ ହୋଟେଲରେ ରାତ୍ରୀଯାପନ କଲାଣି ଆଉ ତାହାକୁ ନେଇ ଏବେ ରାଜ୍ୟ ରାଜନୀତି ଖାଲି ଉଠୁଛି ଆଉ ପଡୁଛି ହେଲେ କୋଭିଡ ସମୟରେ ରାଜ୍ୟବାସୀଙ୍କ ଟିକସକୁ କିପରି ଖୋଲାଖୋଲି ହରିଲୁଟ କରାଯାଇ ପାରେ ତାହାର ଲେଖାଯୋଖା ପ୍ରମାଣ ଲାଗିଛି ମାନ୍ୟବର ଲେକାୟୁକ୍ତଙ୍କ ହାତରେ । ଆମେ କହୁଛୁ ବହୁ ଚର୍ଚ୍ଚିତ କୋଭିଡ କିଟ୍ କେଳେଙ୍କାରୀର କଥା ।

ଏହି କିଟ୍ କିଣା ଘଟଣାରେ ମାନ୍ୟବର ଲୋକାୟୁକ୍ତ ଦୁର୍ନିତୀର ବାସ୍ନା ବାରିପାରି ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି
କରୋନା ସମୟରେ ଏହି ଘୋଟାଲାକୁ ନେଇ ରାଜ୍ୟ କଂଗ୍ରେସ ପ୍ରତିବାଦ କରିଥିଲା ଏପରିକି ମନ୍ୟବର ଲୋକାୟୁକ୍ତଙ୍କ ନିକଟରେ ଫେରାଦ ବି ହୋଇଥିଲା । ମାନ୍ୟବର ଲୋକାୟୁକ୍ତ ଏହି ଘଟଣାରେ ଶିଳ୍ପ ବିଭାଗର ପ୍ରମୂଖ ସଚିବ ହେମନ୍ତ ଶର୍ମା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଧେଶିକା ଯାମିନୀ ଷଢଙ୍ଗୀଙ୍କୁ ନୋଟିସ ଜାରୀ କରିଥିଲେ ଆଉ ସେମାନଙ୍କ ନାମରେ ହୋଇଥିବା ଅଭିଯୋଗର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସତ୍ୟପାଠ ଜରିଆରେ ଉଭୟ ଅଧିôକାରୀ ପକ୍ଷ ରଖିବା ସହ ଆବେଦନକାରୀ କଂଗ୍ରେସର ସୁଦର୍ଶନ ଦାଶଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଥିଲେ । ଏହା ମଧ୍ୟରେ ମାନ୍ୟବର ଲୋକାୟୁକ୍ତ ଡ.ଅଜିତ ସିଂ ଏହି ଘଟଣାର ଶୁଣାଣୀ କରି ରାଜ୍ୟ ଭିଜିଲାନ୍ସକୁ ତଦନ୍ତଭାର ଦେଇଛନ୍ତି । ଜଣେ ଏସପି କିମ୍ବା ଅତିରିକ୍ତ ଏସପି ପାହ୍ୟାର ଅଫିସର ଏହି ତଦନ୍ତ କରି ଆସନ୍ତା ୨୦୨୧ ମସିହା ଜାନୁଆରୀ ୧୫ ତାରିଖ ସୁଦ୍ଧା ଏହାର ରିପୋର୍ଟ ପଇଠ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସର ସୁଦର୍ଶନ ଦାସଙ୍କ କହିବା କଥା ଏହାଦ୍ୱାରା ତାଙ୍କର ତଥା ତାଙ୍କ ଦଳର ପ୍ରାଥମିକ ବିଜୟ ହୋଇଛି ଆଉ ଆଗକୁ ନିଶ୍ଚିତ ଭାବରେ ଏହି ଘୋଟାଲା ଉପରୁ ପର୍ଦ୍ଦା ହଟିବ ବୋଲି ତାଙ୍କର ବିଶ୍ୱାସ ଅଛି ।

ମାସ୍କ, ପିପିିଇ କିଟ୍, ଆର୍ଟିପିସିଆର ମେସିନି, କୋଭିଡ ଟେଷ୍ଟିକିଟ୍, ଇତ୍ୟାଦି କିଣାରେ ବ୍ୟାପକ ଦୁର୍ନିତୀ ହୋଇଥିବାର ଅଭିଯୋଗ ଆଣିଥିଲେ ସୁଦର୍ଶନ ଦାଶ । ଏହାକୁ ନେଇ ସେତେବେଳେ ତୁମ୍ଭି ତୋଫାନ ହୋଇଥିଲା । ଶ୍ରୀ ଦାଶ ଏକଥା ମଧ୍ୟ କହିଥିଲେ ଯେ ରାଜ୍ୟ ଔଷଧ ନିଗମ ଏପ୍ରିଲ ୧୫ ତାରିଖରେ ଗୋଟିଏ କମ୍ପାନୀ ପାଖରୁ ୫ ଲକ୍ଷ ମାସ୍କ ୧୦ ଟଙ୍କାରେ କିଣିଥିବା ବେଳେ ଏପ୍ରିଲ ୧୭ ତାରିଖ ଦିନ ତାମିଲନାଡୁ ସ୍ଥିତ ଶ୍ରୀବିଷ୍ଣୁ ଡିସ୍ପୋଜେବୁଲ ପ୍ରାଇଭେଟ ଲିମିଟେଡ ପାଖରୁ କିପରି ୧୬ ଟଙ୍କାରେ ୩୦ ଲକ୍ଷ ମାସ୍କ କିଣିଲା? ଏଠାରେ ପ୍ରଶ୍ନ ଉଠୁଛି ଏଭଳି ଉଚ୍ଚା ରେଟରେ ମାସ୍କ କିଣିବା ପଛର ଉଦ୍ଦେଶ୍ୟ ତାହେଲେ କଣ ହୋଇପାରେ । ଦିଲ୍ଲୀ, ପଣ୍ଡିଚେରୀ, ଆଣ୍ଡାମାନ ନିକୋବରେ, ତେଲେଙ୍ଗାନା ଏବଂ ଗୁଜୁରାଟ ପରି ରାଜ୍ୟ ଯଦି ୧୦ ଟଙ୍କା ତଳେ ମାସ୍କ କିଣି ପାରୁଛନ୍ତି, ତାହେଲେ ଓଡିଶା ସରକାର ଏତେ ଉଚ୍ଚା ଦରରେ କିଣିବା ପଛରେ ଉଦ୍ଦେଶ୍ୟ କଣ ହୋଇପାରେ? ଅଧିକାରୀମାନଙ୍କ ଯୁକ୍ତି ଥିଲା ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସମସ୍ତ ଜିନିଷ କିଣାଯାଇଛି କିନ୍ତୁ ଶ୍ରୀ ଦାଶଙ୍କ କହିବା କଥା ଚଂଚକତା କରି ସମସ୍ତ ଜିନିଷ କିଣାଯାଇଛି । ରାଜ୍ୟ ସରକାରଙ୍କ ବ୍ୟାପକ ଅର୍ଥ କେବଳ ହରିଲୁଟ ହୋନାହିଁ ବରଂ କରୋନା ସମୟରେ ଲୋକଙ୍କ ବିଶ୍ୱାସରେ ବିଷ ଦିଆଯାଇଛି ।

ଏଠାରେ ପ୍ରଶ୍ନ ଉଠୁଛି ଭିଜିଲାନ୍ସ କି ତଦନ୍ତ କରିବ ଏହି ଘଟଣାରେ । ରାଜ୍ୟ ସରକାର ଭିଜିଲାନ୍ସ ତଦନ୍ତରେ ସନ୍ତୁଷ୍ଟ ନହୋଇପାରି ପ୍ରଦୀପ ପାଣିଗ୍ରାହୀ ମାମଲାକୁ ମାନ୍ୟବର ଲୋକାୟୁକ୍ତଙ୍କୁ ଯଦି ସୁପାରିଶ କରୁଛନ୍ତି ତାହେଲେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ପାଇଁ କହିବା ସାଧାରଣରେ ଅନେକ ପ୍ରଶ୍ନ ଠିଆକରୁଛି । କରେନା ସମୟରେ ନେତାମନ୍ତ୍ରୀଙ୍କୁ ବିଶ୍ୱାସକୁ ନିଆଗଲା ନାହିଁ କି କୌଣସି ବଡ ନିଷ୍ପତିରେ ଭାଗିଦାରୀ କରାଗଲା ନାହିଁ ଆଉ ଏବେ ଦୁର୍ନିତୀର କଥା ଆସିଲା ବେଳକୁ ଲୋକାୟୁକ୍ତ ଆଉ ଭିଜିଲାନ୍ସ କୋର୍ଟକୁ ବଲ୍ ଫିଙ୍ଗା ଚାଲିଛି । ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅଭୟ ପାଠକ ଏବଂ ତାଙ୍କ ପୁତ୍ରଙ୍କର କରୋନା କଟକଣା ମଧ୍ୟରେ ବ୍ୟୟବହୁଳ ଚାର୍ଟାଡ ପ୍ଲେନ ବ୍ୟବହାର କରିବା ଜନବିରୋଧୀ ଆଉ ବେଆଇନ ବୋଲି ଦର୍ଶାଯାଉଛି ତାହାହେଲେ ରାଜ୍ୟ ରାଜକୋଷରୁ ଯେଉଁମାନେ କୋଟି କୋଟି ଟଙ୍କା ନଷ୍ଟ କରିଦେଲେ ସେମାନଙ୍କୁ କଣ କୁହାଯିବ? ତେବେ ଏହାରି ମଧ୍ୟରେ ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଏବଂ ଦୁଇମାସ ମଧ୍ୟରେ ଏହାର ରିପୋର୍ଟ ପଇଠ କରିବା ପାଇଁ ସମୟ ନିର୍ଘଂଟ କରିବା ରାଜ୍ୟବାସୀଙ୍କ ପାଇଁ ଖୁସି ଆଣିଦେଇଛି । ଏବେ ଖାଲି ଅପେକ୍ଷା ଜାନୁଆରୀ ୧୫ ତାରିଖରେ ଥିବା ପରବର୍ତ୍ତୀ ଶୁଣାଣିକୁ ପ୍ରକୃତରେ ଏହି ବହୁ ଚର୍ଚ୍ଚିତ କୋଭିଡ୍ କିଟ୍ କେଳଙ୍କାରୀ କେଉଁ ମୋଡ ନେଉଛି ।