You are currently viewing ‘କୋଭିସିଲ୍ଡ’ ପରେ ଏବେ  ରାଜ୍ୟରେ ‘କୋଭାକ୍ସିନ’

‘କୋଭିସିଲ୍ଡ’ ପରେ ଏବେ ରାଜ୍ୟରେ ‘କୋଭାକ୍ସିନ’

ଭୁବନେଶ୍ୱର, ବହୁତ ଦିନଧରି କରୋନା ଲୋକଙ୍କୁ ହଇରାଣ କରିବା ପରେ ଗବେଷକ ମାନେ କରୋନା ଟିକାର ସଫଳ ପରୀକ୍ଷଣ କରି ଏହାକୁ ଆବିଷ୍କାର କରିଛନ୍ତି । ତେବେ ଗତକାଲି ଅପରାହ୍ନରେ କୋଭିସିଲ୍ଡ ଟିକା ଓଡିଶା ପହଞ୍ଚିବା ପରେ ଆଜି ସକାଳେ କୋଭାକ୍ସିନ ଟିକା ଓଡିଶାରେ ଆସି ପହଞ୍ଚିଛି । ଭାରତ ବାୟୋଟେକ, ଆଇସିଏମ୍ଆର ଓ ଏନ୍ଆଇଭି ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ ସଂପୂର୍ଣ୍ଣ ଭାବେ ଭାରତରେ ତିଆରି ପ୍ରଥମ କରୋନା ଟିକା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ୨୦ ହଜାର ଡୋଜ ଆଜି ସକାଳେ ଭୁବନେଶ୍ୱରରେ ଆସି ପହଞ୍ଚିଛି । ଟିକାକୁ ବିମାନବନ୍ଦରରୁ ଅଣାଯାଇ ଟିକା ଭଣ୍ଡାରରେ ରଖାଯାଇଛି । ଟିକା ଭଣ୍ଡାରରୁ ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରକୁ ପଠାଯିବ ।
ସୂଚନା ଅନୁସାରେ, ଗତକାଲି ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡ ଟିକା ୪୦ହଜାର ୮ଶହ ଭାଏଲ ଅର୍ଥାତ୍ ୪ଲକ୍ଷ ୮ହଜାର ଡୋଜ୍ ଓଡ଼ିଶା ଆସିଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ କରୋନା ଟିକା ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁୁ ପଡିବ । ହିତାଧିକାରୀ ଜଣକ ଯେଉଁ କମ୍ପାନିର ପ୍ରଥମେ ଟିକା ନେଇଥିବେ ଦ୍ବିତୀୟ ଡୋଜ୍ ମଧ୍ୟ ସେହି କମ୍ପାନିର ନେବାକୁ ହେବ। ଟିକାରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ। ତେବେ ଆସନ୍ତା ୧୬ ତାରିଖରେ ଓଡ଼ିଶା ସମେତ ଦେଶବ୍ୟାପୀ କରୋନା ଟୀକାକରଣ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।