You are currently viewing ଜିଲ୍ଲାପାଳଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

ଜିଲ୍ଲାପାଳଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

  • Post category:ଓଡିଶା
  • Reading time:1 mins read

ପୁରୀ- ୦୯.୦୫.୨୦୨୧, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟସ୍ଥିତ କୋଭିଡ କେୟାର ସେଣ୍ଟର ଏବଂ ସଂକ୍ରମିତ ରୋଗ ଚିକିତ୍ସାଳୟସ୍ଥିତ କୋଭିଡ ହସପିଟାଲ ବୁଲି ଦେଖିବା ସହ ଉପଲବ୍ଧ ଚିକିତ୍ସା ସଂପର୍କରେ ସମୀକ୍ଷା କରିଛନ୍ତି ।

ଆଇସିୟୁ ଓ ସଧାରଣ ୱାର୍ଡ ବୁଲି ଦେଖିବା ସହ ଠିକ୍ ସମୟରେ ଖାଦ୍ୟ ଓ ଔଷଧ ପ୍ରଦାନ ସଂପର୍କରେ ରୋଗୀ ମାନଙ୍କୁ ପଚାରି ବୁଝିଛନ୍ତି । ଉତ୍ତମ ଚିକିତ୍ସା ପ୍ରଦାନ ପାଇଁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ମେଡିକାଲ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ଓ ପରିବେଶ ପରିଚ୍ଛନ୍ନ ଉପରେ ଗୁରୁତ୍ବାରୋପ କରିଛନ୍ତି । ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ରୋଗୀ ମାନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ସେମାନଙ୍କ ନିକଟ ସଂପର୍କୀୟ ମାନଙ୍କୁ ଅବଗତ କରାଇବାକୁ ହେଲ୍ପ ଡେସ୍କ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପିକେଡିଏ ସଚିବ ଶ୍ରୀ ଲଲାଟେନ୍ଦୁ ସାହୁ, ଏଡିଏମଓ ମେଡିକାଲ ଡଃ ପ୍ରଣବ ଶଙ୍କର ଦାଶ, ଡିପିଏମଓ ଟି. ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।