ଭୁବନେଶ୍ୱର, ରାଜ୍ୟରେ କରୋନା ସ୍କେଲ ଏବେ ତଳମୁହାଁ । ଧିରେଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ସେପଟେ ମୃତ୍ୟୁ ସଂଖ୍ୟାରେ ବି ଯଥେଷ୍ଟ ପରିବର୍ତ୍ତନ ଦେଖା ଦେଇଛି । ଏହାରି ମଧ୍ୟରେ ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଦ୍ୱାରା ପରିଚାଳିତ ୩୧ଟି ଘରୋଇ କୋଭିଡ଼ ହସ୍ପିଟାଲକୁ ବନ୍ଦ କରି ଦିଆଯାଇଛି । କେବଳ ସମ୍ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ବାଦ ଦେଇ ଆଉ ଅନ୍ୟାନ୍ୟ ହସ୍ପିଟାଲରେ କରୋନା ରୋଗୀ ଆଡ଼ମିସନକୁ ମନା କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଲେଖିଛନ୍ତି । ସୂଚନା ମୂତାବକ, ଫେବୃଆରୀ ୧ତାରିଖ ପୂର୍ବରୁ ଉକ୍ତ ୩୧ଟି ହସ୍ପିଟାଲରେ ଯେଉଁ କରୋନା ରୋଗୀ ଚିକିତ୍ସିତ ହେଉଥିବେ, ସେମାନଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସେଠାରେ ରଖାଯିବ । ରାଜ୍ୟରେ ସମୁଦାୟ ୪୮ଗୋଟି କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା, ତା ମଧ୍ୟରୁ ୩୧ଟି ଘରୋଇ ହସ୍ପିଟାଲକୁ ବନ୍ଦ କରିଦିଆଯିବ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ