You are currently viewing ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଲେ

ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ରାଜଧାନୀରେ ଲକ୍‌ଡାଉନ କଟକଣା ଜାରି ରହିଥିବାବେଳେ, ରାସ୍ତାରେ ପୋଲିସ ଚେକିଂ ମଧ୍ୟ କଡ଼ାକଡ଼ି ରହିଛି । ମାତ୍ର ଦୁର୍ବୁତ୍ତ ମାନେ ଏହାକୁ ଖାତିର କରୁନାହାଁନ୍ତି । ଦିନ ଦିପ୍ରହରରେ ଜଣେ ଯୁବକକୁ ଗୋଡ଼େଇ ଗୋଡ଼େଇ ହାଣିବ ଘଟଣା ପୋଲିସ ପ୍ରଶାସନକୁ ସ୍ତବ୍ଧ କରିଛି । କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀ ନଗର ବସ୍ତିରେ ଏଭଳି ଘଟଣା ଘଟିଛି । ଦୁର୍ବୁତ୍ତଙ୍କ ଭୁଜାଲି ଓ ଖଣ୍ଡା ଆକ୍ରମଣରେ ପି ନରସିଂହ ନାମକ ଜଣେ ଯୁବକ ଆହତ ହୋଇଛନ୍ତି ।

ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଣ୍ଡ ପେଟ ଓ ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଅଙ୍କଟାପନ୍ନ ଥିବା ଜଣାପଡ଼ିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ପି ନରସିଂହଙ୍କ ମା ଅଭିଯୋଗ କରିଥିବାବେଳେ, ଖୁବ୍‌ଶୀଘ୍ର ଅପରାଧି ମାନଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ୱରର ନୂଆ ଡିସିପି ଉମାଶଙ୍କର ଦାଶ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।