You are currently viewing କଟକରେ ଅଭାବନୀୟ  ଘଟଣା

କଟକରେ ଅଭାବନୀୟ ଘଟଣା

  • Post category:ଓଡିଶା
  • Reading time:1 mins read

କଟକ (ଏ ଏନ୍ ଏସ)୧୨/୧୧, କଟକରେ ବସ୍ ଭିତରେ ନାବାଳିକାଙ୍କୁ ଅସଦାଚରଣ ନେଇ ବାଦାମବାଡ଼ି ଥାନାରେ ପିଡିତାଙ୍କ ପରିବାରଙ୍କ ଏତଲା । ଗତ ୫ ତାରିଖ ରାତିରେ ଜଣେ ନାବାଳିକା ଅନୁଗୁଳ ବସ ଷ୍ଟାଣ୍ଡରେ ଛିଡା ହୋଇଥିଲେ । ଏହାର ସୁଯୋଗ ନେଇ ଜଣେ ବସ କଣ୍ଡକ୍ଟର ନାବାଳିକାଙ୍କୁ ବସ ଭିତରକୁ ନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ଆଇପିସିର ଧାରା ୩୫୪ ଓ ପୋକସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଘଟଣାର ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତକୁ ଧରିବା ପାଇଁ କମିସନରେଟ ପୋଲିସର ଟିମ ଅନୁଗୁଳ ଯାଇଛି । ଘଟଣାକୁ ଅନୁଗୋଳ ବସ ମାଲିକ ସଙ୍ଘ ନିନ୍ଦା କରିଛି । ଅଭିଯୁକ୍ତ କଣ୍ଡକ୍ଟର ପୂର୍ବରୁ ମଧ୍ୟ ଏହି ଭଳି ଏକାଧିକ ଅପରାଧରେ ସମ୍ପୃକ୍ତ ଥିବା ସଙ୍ଘ ପକ୍ଷରୁ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।