You are currently viewing ଦଶହରାକୁ ଭିଜାଇବ ବର୍ଷା

ଦଶହରାକୁ ଭିଜାଇବ ବର୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୩୦/୦୯, ମହାଷଷ୍ଠୀରେ ଭିଜିବ ଉତ୍ତର ଉପକୂଳ । ସପ୍ତମୀରେ ସମ୍ପର୍ଣ୍ଣ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଅଷ୍ଟମୀରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।