You are currently viewing ପୁଅକୁ ଧରି ଶାଶୁଘର ସାମ୍ନାରେ ବୋହୂର ଧାରଣା

ପୁଅକୁ ଧରି ଶାଶୁଘର ସାମ୍ନାରେ ବୋହୂର ଧାରଣା

  • Post category:ଓଡିଶା
  • Reading time:1 mins read

ପୁରୀ (ଏଏନଏସ)୦୬/୦୯, ପୁରୀ ଜିଲ୍ଲା ସମୁଦ୍ରକୂଳ ଥାନା ବାଙ୍କୀ ମୁହାଁଣ ଅଞ୍ଚଳରେ ପୁଅକୁ ଧରି ଶାଶୁଘର ସାମ୍ନାରେ ଧାରଣା ଦେଇଛି ବୋହୂ । ଶାଶୂ ଓ ନଣନ୍ଦ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ । ତାଙ୍କ ସ୍ୱାମୀ ଜିଲ୍ଲା ଫ୍ୟାମିଲି କୋର୍ଟରେ ଏକ ଛାଡପତ୍ର ପାଇଁ ମାମଲା ରୁଜୁ କରିଥିଲେ କିନ୍ତୁ ଶୁଣାଣି ଦିନ ନିଜେ ଅନୁପସ୍ଥିତ ଥିବାରୁ ଏହା ଖାରଜ ହୋଇଥିଲା । ମାମଲାଟି ଖାରଜ ହେବା ପରେ ସେ ନିଜ ପୁଅକୁ ଧରି ଶାଶୁଘରେ ରହିବାକୁ ଆସିଥିଲେ କିନ୍ତୁ ଶାଶୁଘର ଲୋକ ତାଙ୍କୁ ତାଲା ପକାଇଦେଇଥିଲେ । ଏପରିକି ଶାଶୁ ମଧ୍ୟ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ନିଜ ପୁଅକୁ ଧରି ଶାଶୁ ଘର ସାମ୍ନାରେ ଧାରଣାରେ ବସିଛନ୍ତି ମହିଳା ଜଣକ ।

ଅନ୍ୟମାନଙ୍କୁ ଜଣାନ୍ତୁ।