You are currently viewing ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର;ତଦନ୍ତ ଜାରି

ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର;ତଦନ୍ତ ଜାରି

ମୟୂରଭଞ୍ଜ-୦୪.୦୬.୨୦୨୧, ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ । ଯୁବକ-ଯୁବତୀ ପ୍ରେମୀଯୁଗଳ ହୋଇଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁ ର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଏହା ଆତ୍ମହତ୍ୟା କି ହତ୍ୟା ଏନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ । ସୂଚନାଅନୁସାରେ ଗଛରେ ଦୁଇଦୁଇଟି ମୃତଦେହ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଉକ୍ତ ଅଞ୍ଚଳରୁ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରି ତଦନ୍ତ ଚଳାଇଛି । ପ୍ରେମୀଯୁଗଳ ରସଗୋବିନ୍ଦପୁର ଥାନା ଦରଖୋଳି ଗାଁର ହୋଇଥିବା ଜଣାପଡିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।