You are currently viewing ଚିଲିକା ବ୍ଲକ ଓ ଏନଏସି ସଟଡାଉନ ଘୋଷଣା

ଚିଲିକା ବ୍ଲକ ଓ ଏନଏସି ସଟଡାଉନ ଘୋଷଣା

ବାଲୁଗାଁ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଓ ଏନଏସିକୁ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ତେବେ ଆଜି ସନ୍ଧ୍ୟା ୭ଟା ପରଠାରୁ ୧୪ତାରିଖ ୭ଟା ପର୍ଯ୍ୟନ୍ତ ଏହି ସଟଡାଉନ ବଳବତ୍ତର ରହିବ । ଏହି ସମୟରେ ଜରୁରୀକାଳୀନ ସେବା ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ । ଅଞ୍ଚଳରେ କଡାକଡି କରାଯିବ ଯାଞ୍ଚ ବ୍ୟବସ୍ଥା । କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ ଜନସାଧାରଣ ଏହି ସଟଡାଉନକୁ ମାନିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ।

ଅନ୍ୟମାନଙ୍କୁ ଜଣାନ୍ତୁ।