You are currently viewing ରଣପୁର ଥାନାରେ ମେରୀ ରାୟ ଶାସନ

ରଣପୁର ଥାନାରେ ମେରୀ ରାୟ ଶାସନ

ନୟାଗଡ଼, (ସୁକାନ୍ତ ଡାକୁଆ); ନୟାଗଡ ଜ଼ିଲ୍ଲା ରଣପୁର ପୋଲିସର ମେରିରାଜ ଶାସନ ବିରୁଦ୍ଧରେ ରଣପୁର ଅଂଚଳର ସମସ୍ତ ସାମ୍ବାଦିକ ମାନେ ଶୁକ୍ରବାର ସନ୍ଧ୍ୟାରେ ରଣପୁର ଥାନା ଆଗରେ ୪ ଘଣ୍ଟା ଧରି ଧାରଣ ଦେଇଥିଲେ । ରଣପୁରର ଜଣେ କାର୍ଯ୍ୟରତ ୱେବ ମିଡିଆ ସାମ୍ବାଦିକଙ୍କ ନାମ ରଣପୁର ପୋଲିସ ଆକ୍ରୋଶ ମୂଳକ ମନୋଭାବ ରଖି ମିଥ୍ୟା ମାମଲା ରୁଜୁ କରିଛି । ଏହାସହିତ ସତୀୟଘଟଣା ପ୍ରକାଶିତ କଲେ ମିଥ୍ୟାମାମଲା ୠଜୁକରି ଗିରଫ କରିବାରଧମକ ଦେଉଛି । ସାମ୍ବାଦିକ ରଣପୁର ପ୍ରସନ୍ନ କୁମାର ସାହୁ ୩୦.୭.୨୦୨୦ ତାରିଖରେ ରଣପୁର NAC ର ସାନଗଡ଼ ଠାରେ ଚିଲଡ୍ରେନ ପାର୍କ ବିବାଦରେ ଜମି ମାଫିଆଙ୍କ ହାତ ବାରିସୀ ହୋଇ ରଣପୁର ପୋଲିସ ନିରୀହ ଗ୍ରାମବାସୀଙ୍କୁ ପିଟିବା ସହ ମିଥ୍ୟା ମାମଲା ରୁଜୁ କରିଥିଲା ତାହାର ଖବର ପ୍ରସାରଣ କରିଥିଲେ ।

ଯାହାଫଳରେ ରଣପୁର IIC ଉତକ୍ଷିପ୍ତ ହୋଇ କାର୍ଯ୍ୟରତ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିଛନ୍ତି । ଯାହାଫଳରେ ନୟାଗଡ ଜ଼ିଲ୍ଲା ଏବଂ ରଣପୁର ର ସମସ୍ତ ୱବ ଚାଁନେଲ ସାମ୍ବାଦିକ ରଣପୁର ଥାନା ସମ୍ମୁଖ ରେ ପ୍ରତିବାଦ କରିବା ସହ IIC ଙ୍କୁ ନିଲମ୍ବନ କରାଯାଉ ବୋଲି ଦାବି କରିଥିଲେ । ସମ୍ବିଧାନର ଚତୁର୍ଥସ୍ତମ୍ଭ ଗଣମାଧ୍ୟମ ପ୍ରତି ଏଭଳି କଣ୍ଟରୋଧ କରିବା ପ୍ରୟାସକୁ ଦୃଢ ନିନ୍ଦାକରିବା ସହ ଜ଼ିଲ୍ଲା ଆରକ୍ଷୀ ଏହାକୁ ତଦନ୍ତ କରି ରଣପୁର ପୋଲିସ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯାଏ ତେବେ ଆଗାମୀ ଦିନରେ ରଣପୁର ଏବଂ ନୟାଗଡ ଜ଼ିଲ୍ଲା ସାମ୍ବାଦିକ ସଂଘ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।