You are currently viewing ପାଣି ପଶି ଏକର ଏକର ଚାଷଜମି ନଷ୍ଟ

ପାଣି ପଶି ଏକର ଏକର ଚାଷଜମି ନଷ୍ଟ

  • Post category:ଓଡିଶା
  • Reading time:1 mins read

ଢ଼େଙ୍କାନାଳ,(ସର୍ବେଶ୍ୱର ବ୍ରହ୍ମା); ରାଜ୍ୟରେ ଲଗାଣ ବର୍ଷା ଓ ଲଘୁଚାପ କାରଣରୁ ଜିଲ୍ଲାରେ ବନ୍ୟା ଜଳ ପଶି ଏକର ଏକର ଚାଷ ଜମି ନଷ୍ଟ ହୋଇଯାଇଛି । ଚଳିତ ବର୍ଷ କରୋନା ବିପଦ ଏପର୍ଯ୍ୟନ୍ତ ଟଳିନଥିବାବେଳେ, ଚାଷୀମାନଙ୍କ ଉପରେ ଆଉ ଏକ ବିପଦ ମାଡ଼ିଆସିଛି ।

ଢ଼େଙ୍କାନାଳ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ୪ଗୋଟି ପଞ୍ଚାୟତ ଯଥା, ତରଭା, ନୂଆଗାଁ, ବଣସିଗି, ରାଧାଦେପୁର ଅଞ୍ଚଳରେ ବନ୍ୟା ଜଳ ପଶି ଅନେକ କ୍ଷୟକ୍ଷତି ହେଲାଣି । ଏପଟେ ବ୍ରାହ୍ମଣୀ ନଦୀରେ ପାଣି ଆସି ନଦୀକୂଳରେ ଥିବା ଚାଷଜମି, ବଡ଼ଜୋର, କପିଳାସ ଜୋର, ପରିବା ଚାଷ, ଆଖୁ ଚାଷ ଇତ୍ୟାଦି ସମସ୍ତ ଚାଷ ନଷ୍ଟ ହୋଇଯାଇଛି ।

ଏତେମାତ୍ରାରେ ଚାଷ ନଷ୍ଟ ହେବାଫଳରେ ଏବେ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ସମସ୍ତ ଚାଷୀ ଚିନ୍ତାମଗ୍ନ ଅଛନ୍ତି । ଏଭଳି ସମୟରେ ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।