You are currently viewing ମଙ୍ଗଳା ମନ୍ଦିର ସିଂହଦ୍ୱାରରେ ନଡିଆ ପିଟିଲେ ଭକ୍ତ

ମଙ୍ଗଳା ମନ୍ଦିର ସିଂହଦ୍ୱାରରେ ନଡିଆ ପିଟିଲେ ଭକ୍ତ

  • Post category:ଓଡିଶା
  • Reading time:1 mins read

କୋଣାର୍କ (୨୧.୯.୨୨) : ପୂଜା କରିବାକୁ ମନ୍ଦିର ଭିତରକୁ ଯାଇପାରିଲେନି ଭକ୍ତ। ଶେଷରେ ସିଂହ ଦ୍ୱାର ନିକଟରେ ନିଜେ ନଡ଼ିଆ ବାଡେଇ ପୂଜା କଲେ ଭକ୍ତ। ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି କାକଟପୁର ମାଆ ମଙ୍ଗଳା ପୀଠରେ। କାକଟପୁରର ଅଧିଷ୍ଠାତ୍ରୀ ହେଉଛନ୍ତି ମାଆ ମଙ୍ଗଳା। ପ୍ରତିଦିନ ଏଠାକୁ ଆସି ଥାଆନ୍ତି ହଜାର ହଜାର ଲୋକ। ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ମାଆଙ୍କୁ ପୂଜା କରି ଆଶୀର୍ବାଦ ଭିକ୍ଷା କରିଥାଆନ୍ତି। ହେଲେ ଆଜି ଏକାଦଶୀ ତିଥିରେ ମାଆଙ୍କ ପୀଠରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ମନ୍ଦିର ବାହାରୁ ପୂଜା ସାମଗ୍ରୀ କିଣିଥିବାରୁ ଶ୍ରଦ୍ଧାଳୁଙ୍କୁ ଭିତରକୁ ଛାଡ଼ିଲେନି ସିଂହଦ୍ୱାର ସମ୍ମୁଖରେ ଛିଡ଼ା ହୋଇଥିବା ସିକ୍ୟୁରିଟି ଗାର୍ଡ। ବହୁ ଯୁକ୍ତିତର୍କ ପରେ ଭକ୍ତମାନେ ମାଆ ମଙ୍ଗଳା ମନ୍ଦିରର ସିଂହଦ୍ୱାରରେ ନଡ଼ିଆ ପିଟି ଫେରିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।