You are currently viewing ଧରା ପଡିଲା ମିକ୍ସଚର ମେସିନ ଚୋର

ଧରା ପଡିଲା ମିକ୍ସଚର ମେସିନ ଚୋର

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରାପଡ଼ା (ଏ ଏନ୍ ଏସ)୧୮/୦୨,କେତେବେଳେ ନକଲି ପ୍ରଡ୍ୟୁସର ତ କେତେବେଳେ ନକଲି କଣ୍ଟ୍ରାକ୍ଟର ସାଜି ଚୋରି କରୁଥିଲେ ମିକ୍ସଚର ମେସିନ । ଗତକାଲି କେନ୍ଦ୍ରାପଡା ଜିଲ୍ଲା ହନ୍ତପଡାରୁ ଅଭିଯୁକ୍ତ ସିତାଂଶୁ ମହାନ୍ତିଙ୍କୁ ଗିରଫ କରିଛି ଘଟଗାଁ ପୋଲିସ । ଖବର ଅନୁଯାୟୀ ଗତ କିଛି ଦିନ ତଳେ ଘଟଗାଁ ଅଂଚଳକୁ ଆସି କେଉଁଠି ମକ୍ଚର ମେସିନ୍ ଅଛି ତାର ଖବର ନେଇଥିଲା ଏବଂ ଏକ ଭଡାଗାଡି ସାହାଯ୍ୟରେ ଗତ ୧୨ ଫେବ୍ରୁଆରୀ ରାତି ୨:୩୦ ରୁ ୩:୦୦ ଟା ସମୟ ମଧ୍ୟରେ ଘଟଗାଁରୁ ଏକ ମିକ୍ସଚର ମେସିନ୍ ଭଡାଗାଡି ସାହାଯ୍ୟରେ ଉଠାଇଥିଲା ।

ମିକ୍ସଚର ମେସିନ୍ ମାଲିକ ବିନୋଦ୍ କୁମାର ରଥ ମେସିନ୍ ହଜିଥିବାର ଲିଖିତ ଅଭିଯୋଗ କରିବା ପରେ ଘଟଗାଁ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରି ଅଭିଯୁକ୍ତ ସିତାଂଶୁ ମହାନ୍ତିଙ୍କୁ ଗତକାଲି ତାଙ୍କ ଘରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପୁର୍ବରୁ ମିକ୍ସଚର ମେସିନ୍ ଚୋରି ଘଟଣାରେ ଗିରଫ କରିଥିଲା ଖଲିକୋଟ୍ ପୋଲିସ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।