You are currently viewing ଓଡ଼ିଶା ଡିଜିଟାଲ ମିଡିଆ ସଂଘର ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶା ଡିଜିଟାଲ ମିଡିଆ ସଂଘର ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର (ଏ ଏନ୍ ଏସ)୨୩/୧୦,: ଓଡ଼ିଶା ଡିଜିଟାଲ ମିଡିଆ ସଂଘ (ODMA) ର ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ ଆସନ୍ତା ଡିସେମ୍ବର ୨୩ ଓ ୨୪ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବା ନେଇ ଆପାତତଃ ନିଷ୍ପତ୍ତି ନିଆଯାଇଛି । ଏହି ବାର୍ଷିକ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସାମ୍ବାଦିକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବାର୍ଷିକ ଉତ୍ସବ ଅବସରରେ ସଂଘର ମୁଖପତ୍ର ‘ଭରଷା’ ର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ ପାଇବା ନେଇ ନିଷ୍ପତ୍ତି ନିଆଯାଇଛି । ବାର୍ଷିକ ଉତ୍ସବକୁ ସଫଳ କରିବା ପାଇଁ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ ଠାରେ ସଂଘର ରାଜ୍ୟ ସଭାପତି ତୁଷାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ ସଭାପତି ଆଗାମୀ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ଉପର ଆଲୋଚନା କରିଥିଲେ । ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ପ୍ରକାଶ ମିଶ୍ର ଯୋଗ ଦେଇଥିଲେ ।
ଭୁବନେଶ୍ୱର ସଂଘର ସଭାପତି ସୁକାନ୍ତ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ନୀହାର ରଂଜନ ପଣ୍ଡା, ସାଧାରଣ ସମ୍ପାଦକ ସୁନାକର ଦାସ ପ୍ରମୁଖ ଯୋଗଦେଇ ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବକୁ ସାଫଲ୍ୟ କରିବା ନେଇ ବିଭିନ୍ନ ପ୍ରସ୍ତାବ ଦେବା ସହ ଆଗାମୀ ଦିନରେ ସଂଘର ଗଠନମୂଳକ କାର୍ଯ୍ୟପନ୍ଥା ନେଇ ମତ ରଖିଥିଲେ । ଏହି ସଭାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ । ଭୁବନେଶ୍ୱର ଜିଲ୍ଲା ସଂଘରେ ସରୋଜ କୁମାର ଦାଶଙ୍କୁ ଉପ-ସଭାପତି ଓ ମନୋଜ କୁମାର ବେହେରାଙ୍କୁ ସମ୍ପାଦକ ପଦରେ ମନୋନୀତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।