You are currently viewing ଶପଥ ଉତ୍ସବରେ ବିଜେପିର ନିମନ୍ତ୍ରଣ : ମହାପ୍ରଭୁ ଜଗନ୍ନାଥ ଓ ନବୀନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ

ଶପଥ ଉତ୍ସବରେ ବିଜେପିର ନିମନ୍ତ୍ରଣ : ମହାପ୍ରଭୁ ଜଗନ୍ନାଥ ଓ ନବୀନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ

ଏଏନଏସ : ଆସନ୍ତାକାଲି ହେବାକୁ ଯାଉଛି  ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ।ଭୁବନେଶ୍ୱରର ଜନତା ମୈଦାନରେ  ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନ୍ୟ ଜାତୀୟ ସ୍ତରର ନେତା ବି ସାମିଲ ହେବେ । ଏଥିପାଇଁ  ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ହୋଇଯାଇଛି।

ସର୍ବପ୍ରଥମେ ଶ୍ରୀକ୍ଷେତ୍ର ପୁରୀରେ ପ୍ରଭୁ ଜଗନ୍ନାଥଙ୍କୁ ଗୁଆ ,ନଡ଼ିଆ  ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି ।  ଚିଲିକା ବିଧାୟକ ପୃଥିବୀରାଜ ହରିଚନ୍ଦନ, ନିମାପଡା ବିଧାୟିକା ପ୍ରଭାତି ପରିଡା, ପିପିଲି ବିଧାୟକ ଆଶ୍ରିତ ପଟନାୟକ ଏବଂ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ,ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ଅର୍ପଣ କରିଛନ୍ତି।

ଏଥିସହ  ବିଜେପିର ୫ବରିଷ୍ଠ ନେତା ନବିନ ନିବାସକୁ ଯାଇ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ନବୀନଙ୍କୁ ନିମନ୍ତ୍ରଣ କରି ଫେରିବା ପରେ ମନମୋହନ ସାମଲ ଗଣ  ମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ ହେବେ।
ଅନ୍ୟପଟେ ବିଧାୟକ ଦଳୀୟ ବୈଠକ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି  ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ।
ଅନ୍ୟମାନଙ୍କୁ ଜଣାନ୍ତୁ।